ପାରାଦ୍ୱୀପ ୩୧/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ୱାୟ ଶାସନ ଦିବସ ଉପଲକ୍ଷେ ପାରାଦ୍ୱୀପ ପୌରପରିଷଦ ଦ୍ୱାରା ଆୟୋଜିତ ଦୁଇଦିନିଆ କାର୍ଯ୍ୟକ୍ରମ ଶନିବାର ସଂନ୍ଧ୍ୟାରେ ସ୍ଥାନୀୟ ଜୟଦେବ ସଦନ ଠାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱାୟ ଶାସନ ଦିବସର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପାରାଦ୍ୱୀପ ପୌରପରିଷଦର ସ୍ଥାନୀୟ ଅଂଚଳରେ ବିଭିନ୍ନ ଗଠନ ମୂଳକ, ଲୋକାଭିମୁଖୀ ଓ ଉନ୍ନୟନମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ୱୀପ ଇଫକୋ ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ, ପିପିଏଲ ମୁଖ୍ୟ ରଞ୍ଜିତ୍ ସିଂ ଚୁଗ୍, ବନ୍ଦର ଡିସି ଅତୁଲ୍ୟ ମହାପାତ୍ର ଓ ପୌରଉପାଧ୍ୟକ୍ଷା ପ୍ରଭାତୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉଦଯାପନୀ ସଭାରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସଭାପତିତ୍ୱ କରିଥିôବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପୁରସ୍କାର ବିତରଣ ଉସôବ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର