Sunday , October 1 2023
Home / ବିଶେଷ /   ଧର୍ମପ୍ରଣମହିଳାଙ୍କ ପରୋଲେକ

  ଧର୍ମପ୍ରଣମହିଳାଙ୍କ ପରୋଲେକ

ପାଟକୁରା,୩୦/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ଗ୍ରାମପଂଚାୟତର ବେଡାରୀ ଗ୍ରାମର ଧର୍ମପ୍ରଣା ମହିଳା ଅମିୟବାଳା ପରିଜା (୯୨) ଙ୍କର  ଦେହାନ୍ତ ହେଇଯାଇଛି ।  ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ସାନ ବୋହୁ  ଓ ନାତୁଣୀ  ଉପସ୍ଥିତ ଥିଲେ ।  ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଚିତ୍ରୋତ୍ପଳା ନଦୀରେ ପଠାରେ ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡପୁଅ ବିଭୁତିଭୁଷଣ ପରିଜା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ ମହିଳା ଥିଲେ । ଛୋଟ ଛୋଟ ପିଲାମାନଙ୍କୁ ବହୁତ ଭଲପାଉଥିଲେ । ତାଙ୍କ ମୁତୁ୍ୟ ଖବରପାଇବା ପରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ , ମାର୍ଶାଘାଇ ଜିଲ୍ଲାପରିଷଦ ସଭ୍ୟ  ଗଣେଷ ସାମଲ , ସାମ୍ବାଦିକ ବିଚିତ୍ର ମୋହନ ପଟ୍ଟନାୟକ , ଗରଦପୁର ବ୍ଲକର ପୁର୍ବତନ  ଅଧ୍ୟକ୍ଷ ଦିଲିପକୁମାର ସାହୁ , ପୁର୍ବତନ ସମିତିସଭ୍ୟ ଚିତରଂଜନ ଚୈାଧୁରୀ , ଜିଲ୍ଲାପରିଷଦ ସଭ୍ୟା ଅହଲ୍ୟା ଲେଙ୍କା  ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।   ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *