ଭୁବନେଶ୍ୱର,୩୧/୦୮/୨୦୧୯(ଓଡ଼ିଶା ସମାଚାର)- ଜାତୀୟ କ୍ଷତିପୂରକ ବିନିଯୋଗ ପାଣ୍ଠି ପରିଚାଳନା ଯୋଜନା କମିଟି କାମ୍ପା ଯୋଜନାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିବା ୫୯୩୩ କୋଟିର ବିପୁଳ ପାଣ୍ଠିରେ ମନ୍ତ୍ରୀ ଓ ଆଇ.ଏ.ଏସ୍. ଅଫିସର ଉଲ୍ଲସିତ ନହୋଇ ଏହି ବପୁଳ ଟଙ୍କାରେ କିଭଳି ଜଙ୍ଗଲ ସହ ଲକ୍ଷ ଲକ୍ଷ ବନବାସୀଙ୍କ ଜୀବିବାର୍ଜନ ସହ ଷଣ୍ଢ, ମାଙ୍କଡ଼, ହାତୀ, ବଣ ମଇଁଷି ଓ ବାରାହା, ଭାଲୁ କବଳରୁ ସାଧାରଣ ଲୋକେ, ଚାଷୀ, ଆଦିବାସୀ ରକ୍ଷା ହୋଇପାରିବେ, ଏଥିନେଇ ନବ ନିର୍ମାର କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗକୁ ଆହ୍ୱାନ ଜଣାଇଛନ୍ତି । ଶ୍ରୀ ନନ୍ଦ କହିଛନ୍ତି ଯେ, ଏହି ଯୋଜନାରେ ଅର୍ଥ ଖର୍ଚ୍ଚ କଲାବେଳେ ଗ୍ରାମ୍ୟ ଅର୍ଥନୀତି ବିଶେଷଜ୍ଞ ଆଦିବାସୀ ଅଂଚଳରେ କାମ କରୁଥିବା ଏନ୍ଜିଓ, ଜଙ୍ଗଲ ଅଧିକାର କମିଟି ଏମାନଙ୍କ ସହ ଫଳପ୍ରଦ କର୍ମଶାଳା କରାଯାଇ ସେମାନଙ୍କ ପରାମର୍ଶର ଏହି ଅର୍ଥ ଖର୍ଚ୍ଚ କରାଯାଉ । ନୂଆ ଜଙ୍ଗଲ ସୃଷ୍ଟି କଲାବେଳେ ସେଥିରେ ସର୍ବନିମ୍ନ ୫୦ ଭାଗ କିଭଳି ଫଳଗଛ ରୋପଣ କରାଯାଇ ପାରିବ, ସେ ନେଇ ସରକାର ଆରମ୍ଭରୁ ପ୍ରଯନô କରିବାକୁ ଶ୍ରୀ ନନ୍ଦ ଆହ୍ୱାନ ଦେଇଛନ୍ତି । ନବରଙ୍ଗପୁରରେ ସରକାରଙ୍କର ସ୍ୱତନ୍ତ୍ର ପାଇଲଟ ଯୋଜନାକୁ ଉପହାସ କରି ଶ୍ରୀ ନନ୍ଦ କହିଛନ୍ତି ଯେ, ଜଣେ ଜଣେ ସରକାରୀ କର୍ମଚାରୀ ଦରମା ମାସକୁ ଅଢେଇ ଲକ୍ଷ ହେଲା ବେଳେ ଗୋଟିଏ ଗୋଟିଏ ଯୋଜନାରେ ମାତ୍ର ୫ କୋଟି ଖର୍ଚ୍ଚ କରାଯାଇ ଏହାକୁ ଖୁବ୍ ଜୋରରେ ପ୍ରଚାର କରାଯାଉଛି । ଆମର ସୌଭାଗ୍ୟ ଏକକାଳୀନ ଏତେ ପାଣ୍ଠି କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଛନ୍ତି । ଏହି ଅର୍ଥ ଠିକଣା ଢଙ୍ଗରେ ଖର୍ଚ୍ଚ କଲେ ୧୦/୧୨ଟି ଆଦିବାସୀ ଅଧ୍ୟୁଷିତ ଅଳରେ ଲକ୍ଷ ଲକ୍ଷ ବନବାସୀଙ୍କ ଜୀବିକା ବୃଦ୍ଧି ହେବା ସହ ଦାରିଦ୍ର୍ୟ ଲୋପ ପାଇବ । ରାଜ୍ୟର ଯୁବକର୍ମୀ, ସାମାଜିକ କର୍ମୀଙ୍କୁ ଗଣମାଧ୍ୟରେ ଆହ୍ୱାନ ଦେଇ କହିଛନ୍ତି ଯେ, ସରକାରଙ୍କର ଯେଉଁ ବିଭାଗକୁ ବିପୁଳ ଅର୍ଥ ଆସୁଛି, ସେହି ବିଭାଗର ଯୁବବର୍ଗ ଏହି ଟଙ୍କାର ବିନିଯୋଗର ତଦାରଖ ପାଇଁ ଅଂଟା ଭିଡ଼ିଲେ ରାଜନେତା ଓ ଅମଲାତନ୍ତ୍ରମାନେ ଏହି ଅର୍ଥକୁ ହଡ଼ପ କରିପାରିବେ ନାହିଁ । ଜଙ୍ଗଲ ସୃଷ୍ଟି ପାଇଁ ଆସିଥିବା ଏହି ଅର୍ଥର ସଦୁପଯୋଗ ବେଳେ କୃଷି, ପଶୁପାଳନ ଓ ଏହି ଆନୁସଙ୍ଗିକ ବିଭାଗ ସହ ଯୋଗାଯୋଗ କରି ଯୋଜନା ପ୍ରଣୟନ ପାଇଁ କୃଷକ ନେତା ଶ୍ରୀ ନନ୍ଦ ଆହ୍ୱାନ ଜଣାଇଛନ୍ତି । ଓଡ଼ିଶା ସମାଚାର