Tuesday , October 26 2021
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲା ଭଇଁରି ଗ୍ରାମରେ ମୃତ ପୁଅର ନ୍ୟାୟ ପାଇବା ପାଇଁ ମା ଏସ.ପି. ଙ୍କ ଦ୍ୱାରସ୍ଥ

କଳାହାଣ୍ଡି ଜିଲ୍ଲା ଭଇଁରି ଗ୍ରାମରେ ମୃତ ପୁଅର ନ୍ୟାୟ ପାଇବା ପାଇଁ ମା ଏସ.ପି. ଙ୍କ ଦ୍ୱାରସ୍ଥ

କଳାହାଣ୍ଡି, ୩୧/୦୮/୨୦୧୯(ଓଡ଼ିଶା ସମାଚାର/ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମିନଗୁର ଗ୍ରା.ପ. ଭଇଁରିଗ୍ରାମରେ ଗତ ୧୮ ତାରିଖ ଦିନ ଏକ କୋଠରୀ ଭିତରେ ଯୁବକର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଲିଥିଲା । ମୃତ ଚୈତନ୍ୟଙ୍କ ମାତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଜୟପାଟଣା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରି କେତେଜଣଙ୍କୁ ପଚରାଉଚୁରା କରିଥିଲେ ଓ ପରେ ଛାଡି ଦେଇଥିଲେ । ଏ ପର୍ଯ୍ୟନ୍ତ ପ୍ରକୃତ ହତ୍ୟାକାରୀକୁ ପୋଲିସ ଗିରଫ କରି ନଥିବାରୁ ଗତକାଲି ମୃତ ଚୈତନ୍ୟଙ୍କ ମା କଳାହାଣ୍ଡି ଏସ.ପି. ଟୁ ଭେଟି ପୁଅକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛିବୋଲି ଜଣାଇଥିଲେ । ସମସ୍ତ ବିଷୟଜାଣିବା ପରେ ଏସ.ପି. ବାତୁଲା ଗଙ୍ଗାଧର ଯଥା ଶୀଘ୍ର ପ୍ରକୃତ ହତ୍ୟାକାରୀକୁ ଧରାଯିବବୋଲି କହିବାରୁ ମୃତ ଚୈତନ୍ୟର ମା ଫେରିଆସି ଥିଲେ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସାମନାରେ ପ୍ରକାଶ କରିଥିଲେ । ତେବେଏତେ ଦିନ ପର୍ଯ୍ୟନ୍ତ ପୋଲିସ ହତ୍ୟାକାରୀକୁ ଧରିପାରି ନଥିବାରୁ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ହତ୍ୟାକାରୀ ଖସିଯିବ ନା ଧରାପଡିବ ତାହା ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *