Wednesday , December 1 2021
Breaking News
Home / ବିଶେଷ / ଆଇଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ବଦଳି

ଆଇଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ବଦଳି

ଭୁବନେଶ୍ୱର,୩୦/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-  ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍ ସ୍ତରରେ ବଦଳି କରିଛନ୍ତି । ୧୯୮୯ ବ୍ୟାଚ ର ଆଇଏଏସ ପ୍ରଦୀପ କୁମାର ଜେନା ଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହିତ ଶ୍ରୀ ଜେନାଙ୍କୁ ଅତିରିକ୍ତ ଭାବେ ସ୍ପେସାଲ ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା (ଓସଡ଼ମା) ପରିଚାଳନା ନିର୍ଦ୍ଧେଶକ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେହିପରି ୧୯୮୯ ବ୍ୟାଚ ଆଇଏଏସ୍ ଡ଼ଃ ମୋନା ଶର୍ମା ଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୯୦ ବ୍ୟାଚ ଆଇଏଏସ୍ ସଂଜୀବ ଚୋପ୍ରା ଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହିତ ଶ୍ରୀ ଚୋପ୍ରାଙ୍କୁ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱ ଦିଆଯାଇଛି । କୃଷି ବିଭାଗର ପ୍ରମୁଖ ସଚିବ ୧୯୯୧  ବ୍ୟାଚ ଆଇଏଏସ୍ ଡ଼ଃ ସୌରଭ ଗର୍ଗ ଙ୍କୁ ଅତିରିକ୍ତ ଭାବେ ସିଏମଡ଼ି ଗ୍ରୀଡ଼କୋ,ସପିଟିସିଏଲ ଓ ସିଇଓ ଓସିପିଏଲ ଦାୟିତ୍ୱ ଦିଆଯାଇଛି । ସେହିପରି ୧୯୯୫ ବ୍ୟାଚ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଶିଳ୍ପ ସଚିବ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଅତିରିକ୍ତ ଭାବେ ଏମଏସଏମଇ ଓ ଇପିକଲ ସିଏମଡ଼ି ଦାୟିତ୍ୱ ଦିଆଯାଇଛି । ୧୯୯୫ ବ୍ୟାଚ ଆଇଏଏସ୍ ବିଷ୍ଣୁପଦ ସେଠୀ ଙ୍କୁ ଶକ୍ତି ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହ ଶ୍ରୀ ସେଠୀଙ୍କୁ ଓଏଚପିସି ର ସିଏମଡ଼ି ଦାୟିତ୍ୱ ଦିଆଯାଇଛି । ସେହିପରି ୧୯୯୫ ବ୍ୟାଚ ଆଇଏଏସ ଚିତ୍ରା ଅରୁମୁଗମ ଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ୧୯୯୮ ବ୍ୟାଚ ଆଇଏଏସ ବିଶାଳ ଗଗନ ଙ୍କୁ ଜଳସମ୍ପଦ ବିଭାଗ ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ସମାଜ କଲ୍ୟାଣ ନିର୍ଦ୍ଧେଶକ  ଓ ମହିଳା ବିକାଶ ସମବାୟ ନିଗମ ଦାୟିତ୍ୱରେ ଥିବା ୨୦୦୭ ବ୍ୟାଚ ଆଇଏଏସ ଅରବିନ୍ଦ ଅଗ୍ରୱାଲା ଙ୍କୁ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *