Thursday , September 28 2023
Home / ସ୍ୱାସ୍ଥ୍ୟ / ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ଭୁବନେଶ୍ୱର,୩୦/୦୮/୨୦୧୯(ଓଡ଼ିଶା ସମାଚାର)-ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସେନ୍ ସଚିବାଳୟ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ , କାର୍ଯ୍ୟକାରୀ ହେଉଥିବା ସମ୍ପୂର୍ଣ୍ଣା ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ଓଡିଶାରେ ବେଶ୍ ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବା ଏବଂ ଏହାର ସୁଫଳ ମିଳିଥିବା ପ୍ରକାଶ କରି ଆଗାମୀ ଦିନରେ ୟୁନିସେଫ୍ ତାର ସହାୟତା ଓ ସହେଯାଗ ବଜାୟ ରଖିବା ବୋଲି ପ୍ରକାଶ କରିଛନ୍ତି ।
ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ବିଶେଷ କରି ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସେମାନଙ୍କ ସହଯୋଗ ନିମନ୍ତେ ଏବଂ ଆଗାମୀ ଦିନରେ ସେମାନଙ୍କର ସହଯୋଗ ଜାରିରଖିବା ଏକ ସ୍ୱାତଯୋଗ୍ୟ ପଦକ୍ଷେପ ଏବଂ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହି ଆଲୋଚନା କାଳରେ ୟୁନିସେଫର ସ୍ୱାସ୍ଥ୍ୟ ବିଷେଜ୍ଞ ଡାଃ ବିବେକ ଭିରେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *