Friday , September 29 2023
Breaking News
Home / ବିଶେଷ / ଡ଼୍ରୋନ୍ କ୍ୟାମେରାରେ ତାରପୁର ମହାନଦୀ ସେତୁ ର ସର୍ବେକ୍ଷଣ

ଡ଼୍ରୋନ୍ କ୍ୟାମେରାରେ ତାରପୁର ମହାନଦୀ ସେତୁ ର ସର୍ବେକ୍ଷଣ

ତାରପୁର, ୩୦/୦୮/୨୦୧୯(ଓଡ଼ିଶା ସମାଚାର)-ମହାନଦୀ ସାଉଥ ଜଳସମ୍ପଦ ବିଭାଗ ଅଧିନରେ ଥିବା ରଘୁନାଥପୁର ବ୍ଲକ୍ ତାରପୁରସ୍ଥିତ ମହାନଦୀ ସ୍ପାନ ଯୋଡ଼ା ସ୍ଥାନରେ ଗାତ ସୃଷ୍ଟି ହୋଇ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି ।  ଆର ଆଣ୍ଡ ବି ବିଭାଗ ପକ୍ଷରୁ ୧୯୯୭ ମସିହାରେ ୬.୨୩ ମିଟର ନିର୍ମାଣ କାର୍ଯ୍ୟ ହୋଇଥିଲା । ଗତ ୨ ବର୍ଷ ତଳୁ ଯାତାୟତକୁ ଦୃ୍ଟିରେ ରଖି ସମ୍ପୃକ୍ତ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଥିଲେ ମଧ୍ୟ ପ୍ରତି ସ୍ପାନ ଯୋଡ଼ା ସ୍ଥାନରେ ଖାଲ ସୃଷ୍ଟି ହେଉଛି ।  ଗତ ୧୫ ଦିନ ତଳେ ବିଶ୍ୱବ୍ୟାଙ୍କର ମୁଖ୍ୟ ଯନ୍ତ୍ରୀ ଅନୀଲ ତ୍ରିପାଠୀ ଏହାକୁ ଅନୁଧ୍ୟାନ କରିବାକୁ ଆସି ଡ଼୍ରୋନ କ୍ୟାମେରା ଦ୍ୱାରା ଫଟୋଗ୍ରାଫି କରାଯାଇ ଏହାର ସର୍ବେକ୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ବିଭାଗ ପକ୍ଷରୁ ଇନଭେଂଟ ଗ୍ରୀଡ଼ ର ୨ ଜଣ  ଟେକନିକାଲ ଏକ୍ସପଟ ଆଜି ଡ଼୍ରୋନ୍ ଦ୍ୱାରା ସମୁଦାୟ ସେତୁର ଭିଡ଼ିଓଗ୍ରାଫି କରିଛନ୍ତି । ଏହାମଧ୍ୟରେ ସୁପର ଷ୍ଟ୍ରକଚର, ସବ ଷ୍ଟ୍ରକଚର, ବିଅରିଂ କଣ୍ଡିସନର ପର୍ଯ୍ୟାୟକ୍ରମେ ଭିଡ଼ିଓଗ୍ରାଫି ହେବା ସହ ସେତୁ ତଳେ ନିର୍ମିତ ବକ୍ସ ଗାର୍ଡ଼ର ମଧ୍ୟରେ କ୍ୟାମେରା ପ୍ରବେଶ କରାଇ ଫଟୋ ଉଠାଇବା ସହ ଇମେଜିଂ ୪ କେ ସାଇଜ ଭିଡ଼ିଓ ଓ ଫଟୋ ଗୁଡ଼ିକ ସ୍ପେସିଆଲ ସଫ୍ଟୱେର ଦ୍ୱାରା ଇଂଟେଲିଜେନ୍ସି  କୁ ଯାଇ ପ୍ରକୃତ ଅସୁବିଧା ସମ୍ପର୍କରେ ଜଣାପଡ଼ିବ ବୋଲି ସେମାନେ ପ୍ରକାଶ କରିଥିଲେ । ଜେଇ ବିନୟ କୁମାର ସାହୁଙ୍କ ତତ୍ୱାବଧାନରେ ଭିଡ଼ିଓଗ୍ରାଫି ଚାଲିଥିବାବେଳେ ଏସଡ଼ିଓ ରତିକାନ୍ତ ବେହେରା,  କର୍ମଚାରୀ ବିଶ୍ୱନାଥ ମହାନ୍ତି,  ମନୋଜ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *