ସାଲେପୁର, ୩୦/୦୮/୨୦୧୯ (ଓଡିଶା ସମାଚାର /ଅଭୟ ଜେନା ) :ସାଲେପୁର ପଂଚାୟତ ସମିତି ର ସପ୍ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ସମିତି ଅଧକ୍ଷା ମମତା ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ଉପାଧ୍ୟକ୍ଷ ରମେଶ ଜେନା ଜିଲାପରିଷଦ ସଭ୍ୟ ଚିତ ରଂଜନ ମହାନ୍ତି ଓ ବିଡ଼ିଓ କିଶୋର କୁମାର ପଣ୍ଡା ବୈଠକରେ ଯୋଗ ଦେଇଥିଲେ । ଉପସ୍ଥିତ ସରପଂଚ ଓ ସମିତିସଭ୍ୟ ମାନେ ସେମାନଙ୍କର ନିଜ ଅଂଚଳ ର ସମସ୍ୟା ଉପସ୍ଥାପନ କରିଥଲେ. ଫନି ବାତ୍ୟା ରେ କ୍ଷତିଗ୍ରସ୍ତ ଚୟନ, ବିଭିନ୍ନ ଉନୟନ କାର୍ଯ୍ୟ ରେ ଦୁର୍ନୀତି ସମ୍ପର୍କରେ ଆଲେଚନା ବେଳେ ବିରୋଧୀ ସଦସ୍ୟ ମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ. । ଏହି ବୈଠକ ରେ ଜିଲାପରିଷଦ ସଭ୍ୟ ଅଶୋକ କୁମାର ଭୂୟାଁ , ପ୍ରାକ୍ତନ ଉପାଧ୍ୟକ୍ଷ ଦିଲ୍ଲୀପ ଦାଶ ବିଭିନ୍ନ ବିଭାଗୀୟ ଅଧିକାର ମାନେ ଯୋଗ ଦେଇଥିଲେ. । ଓଡିଶା ସମାଚାର