କଟକ, ୩୦/୦୮/୨୦୧୯(ଓଡ଼ିଶା ସମାଚାର)-ସନ୍ତୋଷ ରାଉଳ ଆଲିଆସ ଆତ୍ମ ଘୋଷିତ ସାରଥି ବାବା ପୁଣି ପ୍ରବଚନ ଦେବାକୁ ମନ କଲେଣି । ସେଥିପାଇଁ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୪ ବର୍ଷ କାଳ ଜେଲ ରେ ରହି ଗତ ଜୁଲାଇ ୨୫ ତାରିଖରେ ସର୍ତ ମୂଳକ ଜାମିନ ରେ ମୁକୁଳିବା ସମୟରେ ଯେଉଁ ସବୁ ସର୍ତ ରହିଥିଲା ତନ୍ମଧ୍ୟରେ ପ୍ରବଚନ ଦେବାକୁ ବାରଣ କରାଯାଇଥିଲା । ଜାମିନ ରେ ମୁକୁଳିବାର କିଛି ଦିନ ପରେ ଏବେ ପୁଣି ସେ ପ୍ରବଚନ ଦେବାକୁ ମନ ବଳେଇଲେଣି । ୪ ବର୍ଷ ଧରି ଜେଲ ରେ ରହିଥିବାରୁ ତାଙ୍କର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି । ପ୍ରବଚନ ଏକମାତ୍ର ରୋଜଗାରର ମାଧ୍ୟମ ହୋଇଥିବାରୁ ସର୍ତ କୁ କୋହଳ କରି ଏଥିପାଇଁ ଅନୁମତି ପ୍ରଦାନ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ହାଇକୋର୍ଟ କଣ ଆଦେଶ ଦେଉଛନ୍ତି ତାହା କୁ ଅପେକ୍ଷା । ଓଡ଼ିଶା ସମାଚାର