Wednesday , October 5 2022
Home / ବିଶେଷ / ପୁରୁଣାବସନ୍ତ ରେ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କିତ ବୈଠକ 

ପୁରୁଣାବସନ୍ତ ରେ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କିତ ବୈଠକ 

ରଘୁନାଥପୁର, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତରେ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ୟୁନିସେଫ ରାଜ୍ୟ ତାଲିମ ଦାତା ଗଣେଶ ପଣ୍ଡା ଓ ଜିଲା ତାଲିମ ଦାତା ନିମାଇଁ ଚରଣ ସାସମଲ ଯୋଗଦେଇ ବର୍ଯ୍ୟବସ୍ତୁର ପ୍ରକାରଭେଦ ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ ।  ବର୍ଯ୍ୟବସ୍ତୁ ୩ ଶ୍ରେଣୀରେ ଅନ୍ତର୍ଭକ୍ତ ଅଟେ । ଏଗୁଡ଼ିକ ହେଲା ବିଘଟନଶିଳ , ଅଣବିଘଟନଶିଳ ଓ ଘରୋଇ କ୍ଷତିକାରକ ବର୍ଯ୍ୟବସ୍ତୁ । ବିଘଟନଶିଳ କ୍ଷେତ୍ରରେ ପରିବା ଚୋପା , ପେଜ, ଗୋବର ଯାହା କମ୍ପୋଷ୍ଟ ଭାବେ ବ୍ୟବହାର କରାଯାଇ ପାରିବ ।  ଅଣବିଘଟନଶିଳ ମଧ୍ୟରେ ପ୍ଲାଷ୍ଟିକ, କାଚ,  ଲୁହା ଆଦି ଦ୍ରବ୍ୟକୁ  ଗୋଟିଏ ସ୍ଥାନରେ ସଂଗ୍ରହ କରି କବାଡ଼ିଆଙ୍କୁ ହସ୍ତାନ୍ତର କରାଯାଇପାରେ ।  ସେହିପରି ଘରୋଇ କ୍ଷତିକାରକ ବସ୍ତୁ ଭାବେ ଏଲଇଡ଼ି ବଲ୍ୱ , ବ୍ୟାଟେରୀ, ଥର୍ମୋମିଟର ଗୁଡ଼ିକୁ ସଂରକ୍ଷିତ କରି ଗଭୀର ମାଟି ତଳେ ପୋତିଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରତ୍ୟେକ ପରିବାର , ଅନୁଷ୍ଠାନ ଇତ୍ୟାଦିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଆହ୍ୱାନ କରିଥିଲେ । ଏହାର ପରିଚାଳନା ପାଇଁ ପଂଚାୟତ ସ୍ତରରେ ଏକ କମିଟି ଗଠନ କରାଯାଇ ସରପଂଚ ଅଧ୍ୟକ୍ଷ ଭାବେ ରହି ଦାୟିତ୍ୱ ତୁଲାଇବା ସହିତ ପିଇଓ , ଆରଡ଼ବ୍ଲ୍ୟୁଏସଏସ ଯନ୍ତ୍ରୀ , ୱାର୍ଡ଼ ସଭ୍ୟ ସଭ୍ୟା , ଅଙ୍ଗନୱାଡ଼ି କର୍ମୀ , ହେଲ୍ଥ ୱାକର , ଶିକ୍ଷକ ଶିକ୍ଷୟିତ୍ରୀ ଓ ଏସଏଚଜି ମହିଳା ସଦସ୍ୟ ଭାବେ ରହି  କାମ କରି ପାରିବେ ।  ବୈଠକରେ ବିଡ଼ିଓ ପଂଚାନନ ପଟାୟତ, ଏବିଡ଼ିଓ ଅଶୋକ କୁମାର ମହାନ୍ତି, ସରପଂଚ ଚନ୍ଦନା ମହାନ୍ତି, ପିଇଓ ମୋହନ କୁମାର ଜେନା, ପଂଚାୟତ ମେଂଟର ସୁବାସ ବାରିକ, ଶିକ୍ଷକ ରବି ନାରାୟଣ ମିଶ୍ର, ଶରତ ଚନ୍ଦ୍ର ପଣ୍ଡା,  ସରୋଜିନୀ ସାହୁ,  ଅଙ୍ଗନୱାଡ଼ି କର୍ମୀ ବିଦ୍ୟୁତ ପ୍ରଭା ସାହୁ, ଜ୍ୟୋତ୍ସ୍ନା ରାଉତ,  ନାଏବ ସରପଂଚ ବିଜୟ କୁମାର ବେହେରା,  ଆଶା କର୍ମୀ , ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.