Thursday , October 6 2022
Breaking News
Home / ବିଶେଷ / ଗୋରଖନାଥଙ୍କ ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ ଓ ଯୋଜନା ବୋର୍ଡ଼ ଅଧ୍ୟକ୍ଷ

ଗୋରଖନାଥଙ୍କ ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ ଓ ଯୋଜନା ବୋର୍ଡ଼ ଅଧ୍ୟକ୍ଷ

ତାରପୁର, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ପଂଚାୟତିରାଜ , ଆଇନ, ନଗର ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ସନ୍ଧ୍ୟାରେ ଗୋରଖନାଥ ପିଠକୁ ଦର୍ଶନ ପାଇଁ ଆସି ପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିବା ସହ ଟ୍ରଷ୍ଟ ବୋର୍ଡ଼ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ମନ୍ତ୍ରୀ ଙ୍କ ସହ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି , ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର , ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ମହେନ୍ଦ୍ର ପ୍ରସାଦ ମହାନ୍ତି , ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ତହସିଲଦାର ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଓ ବିଧାୟକ  ଠାକୁରଙ୍କ ଦର୍ଶନ ସମୟରେ ସମସ୍ତ ପୂଜକ ମାନେ ମନ୍ତ୍ର ଧ୍ୱନୀ ଉଚ୍ଚାରଣ କରି ଆଶିର୍ବାଦ କାମନା କରିବା ସହ ଅତିଥି ଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନ ଜଣାଇଥିଲେ । ଏହାପରେ ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟାଳୟରେ ପିଠର ଉନ୍ନତିକରଣ ସମ୍ପର୍କରେ ,କ ବୈଠକ ଅନୁଷ୍ଠିତ ହୋଇଥିଲା । ସଭ୍ୟ ତଥା ଆଇନଜିବୀ  ଜୀବନ ବଲଭ ମହାନ୍ତି, ସୁରେନ୍ଦ୍ରନାଥ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି,  କ୍ଷୀରୋଦ କୁମାର ମହାନ୍ତି,  ସୁଶାନ୍ତ କୁମାର ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା, ବାଦଲ ଯୋଗାଣିଆ ପ୍ରମୁଖ ପିଟର ଭିତିଭୂମିର ଉନ୍ନତି କରଣ ସହିତ  ବିଷୁଦ୍ଧ ପାନୀୟ ଜଳ ବ୍ୟବସ୍ଥା , ଯାତ୍ରୀ ନିବାସ, ଭକ୍ତ ଙ୍କ ପାଇଁ ବିଶ୍ରାମାଗାର, ପିଠ ପରିସରରେ ଥିବା ପୋଖରୀର ପୁନରୁଦ୍ଧାର, ନୂତନ ଭୋଗ ଓ ଦୀପ ଦୋକାନ ଗୃହ ନିର୍ମାଣ ସହିତ ଗୋରଖନାଥ ପିଠକୁ ପର୍ଯ୍ୟଟନସ୍ଥଳର ମାନ୍ୟତା  ପ୍ରଦାନ ପାଇଁ ଆଲୋଚନା କରିବା ସହ ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ ।  ଏହାକୁ ମନ୍ତ୍ରୀ ଦେଖି  ଏସମସ୍ତର ସୁବନ୍ଦୋବସ୍ତ କରିବା ପାଇଁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ ।  ପୂର୍ବତନ ସମିତି ସଭ୍ୟ ତାରାକାନ୍ତ ଜେନା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରଜତ କୁମାର ପାତ୍ର ଠାକୁରଙ୍କ ଆକାଉଂଟ ରେ ପର୍ଯ୍ୟାପ୍ତ ଟଙ୍କା ଥିବାବେଳେ ପିଟର ଉନ୍ନତି କରଣ ପାଇଁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ରିଜଲ୍ୟୁସନ କରାଯାଇ ଦିଆଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବିଷୟରେ ଅଭିଯୋଗ କରିଥିଲେ । ସମସ୍ତ ଅଭିଯୋଗ ଶୁଣିବା ପରେ ମନ୍ତ୍ରୀ ଶ୍ରୀ ଜେନା ପିଠର ବିକାଶ ପାଇଁ ଯେ କୌଣସି କାର୍ଯ୍ୟର ଏଷ୍ଟିମେଟ କରି ଜିଲାପାଳଙ୍କୁ ଦେବା ପାଇଁ ପରାମର୍ଶ ଦେବା ସହ ବାକି କାର୍ଯ୍ୟ ସେ ନିଯେ କରିବେ ବୋଲି କହିଥିଲେ ।  ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । ପୂର୍ବତନ ଜିଲାପରିଦେ ସଭ୍ୟ ସରୋଜ କାନ୍ତ ସ୍ୱାଇଁ, ରାଜ୍ୟ ବିଜୁ କୃଷକ ମୋର୍ଚା ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟମୀ ରାଉତ, ସରପଂଚ ପ୍ରମୋଦ ଜେନା,  ସରୋଜ କୁମାର ଦାସ,  ଶେଷଦେବ ସେଠୀ,  କବିତା ନାୟକ,  ସମିତି ସଭ୍ୟା କାଦମ୍ବିନୀ ସ୍ୱାଇଁ, ଦିଲିପ ସ୍ୱାଇଁ, ରମେଶ ଚନ୍ଦ୍ର ସାହୁ, ନାରାୟଣ ସ୍ୱାଇଁ,  ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭଳ ଙ୍କ ସମେତ ବହୁ ସାଧାରଣ ଜନତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.