Sunday , January 23 2022
Breaking News
Home / ବିଶେଷ / କେନ୍ଦ୍ରାପଡା ୫ମ ଜିଲ୍ଲା ପରିଷଦର ୫ମ ସାଧାରଣ ବୈଠକ

କେନ୍ଦ୍ରାପଡା ୫ମ ଜିଲ୍ଲା ପରିଷଦର ୫ମ ସାଧାରଣ ବୈଠକ

କେନ୍ଦ୍ରାପଡା ୩୦/୦୮/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ୫ମ ଜିଲ୍ଲା ପରିଷଦର ୫ମ ସାଧାରଣ ବୈଠକ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭ୍ୟ ଦେବବ୍ରତ ଚୈାଧୁରୀ କେନ୍ଦ୍ର ସରକାରଙ୍କ କାଶ୍ମିରୀରୁ ୩୭୦ ଧାରା  ଉଛେଦକୁ  ସ୍ୱାଗତ କରି ଏକ ପ୍ରସ୍ତାବ ଆଗତ କରିଥିଲେ ।  ଅନ୍ୟତମ ସଭ୍ୟ ସନ୍ତୋଷ କୁମାର ଜେନା ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ବୈଠକରେ ଏହି ପ୍ରସ୍ତାବକୁ ସର୍ବ ସମ୍ମତକ୍ରମେ ଗୃହିତ କରାଯାଇଥିଲା  । ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଏହାକୁ ସ୍ୱାଗତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ହେଉଛି ଦେଶର ପ୍ରଥମଜିଲ୍ଲା ଯେଉଁଠି    ଜିଲ୍ଲା ପରିଷଦ ବୈଠକରେ ଏଭଳି ପ୍ରସ୍ତାବକୁ ସ୍ୱାଗତ କରାଯାଇଛି ।  ଏହାପରେ ବୈଠକରେ ଯୋଗଦେଇଥିବା ନବ ନିର୍ବାଚିତ ବିଧାୟକମାନଙ୍କୁ ପୁଷ୍ପଗୁଛ ଓ ଉରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା  । ପୂର୍ବ ବୈଠକର ବୀବରଣୀକୁ ଦୃଢିକରଣ କରାଯିବା ପରେ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଥିଲେ ଯେ ବୈଠକରେ ନିଆଯାଉଥିବା ନିଷ୍ପତି ସବୁ କାର୍ଯ୍ୟକାରି ହେଉନାହିଁ ଓ ବୀବରଣୀରେ ଲିପିବଦ୍ଧ ମଧ୍ୟ ହେଉନାହିଁ । ଏହାପରେ ଶ୍ରୀ ସାମଲ ପଟ୍ଟାମୁଣ୍ଡାଇ କେନାଲ ନବୀକରଣ ନିମନ୍ତେ କେନ୍ଦ୍ରାପଡାରେ ଖୋଲିଥିବା ଏଡିବି ଡିଭିଜନ ଏଠାରୁ ଉଠିଗଲାଣି କିନ୍ତୁ ସେହି ନବୀକରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ପୂର୍ବବୈଠକରେ ତଦନାନ୍ତିନ ଜିଲ୍ଲାପାଳ ଏକ ହାଉସକମିଟି ଗଠନକରି ସେହି ଦୁର୍ନିତୀର ତଦନ୍ତ କରି ରିିପୋର୍ଟ  ପ୍ରଦାନ କରିବା ପରେ ତାହାକୁ ଭିଜିଲାନ୍ସ ତଦନ୍ତ ପାଇଁ ଜିଲ୍ଲାପାଳ ସୁପାରିଶ କରିଥାନ୍ତେ ବୋଲି କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଗୃହ କମିଟି ଗଠନ କରାଗଲା ନାହିଁ । ସେ ଦୁର୍ନିତିର ତଦନ୍ତ କରାଯିବା ଆବଶ୍ୟକ ବୋଲି ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ । ଏତଦଭିନ୍ନ କଣ୍ଠିଆ ନାଳ ଖୋଳାଯାଇ ଯେଉଁ ୧୧ଲକ୍ଷ କୁ୍ୟବିକ ବାଲି ବାହାରିଲା ତାହା କେଉଁ ଆଡେ ଗଲା ବୋଲି ସଭ୍ୟ ଶ୍ରୀ ସାମଲ ପ୍ରଶ୍ନ କରିଥିଲେ । ଆଳି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ ଯେ ମହାକାଳପଡା ବ୍ଲକକୁ ଛାଡି ଅନ୍ୟ ୮ଟି ବ୍ଲକରେ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ କିଭଳି ହୋଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳଙ୍କ ସହଯୋଗ କାମନା କରିଥିଲେ । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ ଯେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ପାଇଁ  ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯିବା ସହ  ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମକୁ ଆଗେଇ ନେଇ  ଦଳମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଉଦ୍ୟମ କରିବା ଆବଶ୍ୟକ । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କହିଥିଲେ ଯେ ନବୀନବାବୁଙ୍କ ସରକାରରେ ତ୍ରୀସ୍ତରୀୟ ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳା ପ୍ରତିନିଧିମାନେ ଆସିଥିବାରୁ ସେମାନେ ତୃଣମୂଳ ସ୍ତରର ସମସ୍ୟା ଗୁଡିକୁ ଉଥାପନକରି ସେଏଗୁଡିକର ସମାଧାନ ଦିଗରେ ଯନôବାନ ହେଉଛନ୍ତି । ଏହାଛଡା ଜଳସଂରକ୍ଷଣ ନିମନ୍ତେ ଜନପ୍ରତିନିଧିମାନେ ଆଗେଇଆସିବାକୁ ସେ ଆହ୍ୱାନ ଦେଇଥିଲେ । ଏହାପରେ କୃଷି,ଜଳସେଚନ,ମହିଳା ଓ ଶିଶୁ ବିକାଶ ଯୋଜନା,ମନରେଗା ଯୋଜନାରେ ବୃକ୍ଷରୋପଣ,ପୂର୍ତ ବିଭାଗ ଅଧିନ ମରାମତି,ନିର୍ମାଣ ଓ ପୁନଃନିର୍ମାଣ,ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଶତପ୍ରତିଶତ ଭତା ପ୍ରଦାନ,ରାସନକାର୍ଡ ପ୍ରଦାନ ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଷ୍ଟାଣ୍ଡିଂ କମିଟି ବୈଠକ ନିର୍ଦ୍ଧାରିତ ବ୍ୟବଧାନରେ ବସିବା ଉପରେ ଆଲୋଚନା କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ମନରେଗା ଯୋଜନାରେ ବନ ବିଭାଗ ବଦଳରେ ପଂଚାୟତ ଦ୍ୱାରା କରାଯିବାକୁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରସ୍ତାବ ଦେଇଥିଲେ । କାରଣ ବନ ବିଭାଗ ପକ୍ଷରୁ କରାଯାଇଥିବା ବୃକ୍ଷ ରୋପଣରେ ଗଛ ଆଉ ଦେଖିବାକୁ ମିଳୁନି । ବୈଠକରେ ଜିଲ୍ଲା ପରିଷଦ ଉପସଭାନେତ୍ରୀ ସୁମିତ୍ରା ସାହୁ,ପିଡି ଦିଲ୍ଲିପ କୁମାର ପରିଡା,ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା,ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ …

Leave a Reply

Your email address will not be published. Required fields are marked *