କେନ୍ଦ୍ରାପଡା ୩୦/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଶୁକ୍ରବାର ଜିଲ୍ଲା ପରିଷଦ ବୈଠକରେ ଯୋଗଦେବା ପରେ କେନ୍ଦ୍ରାପଡା ବାରରେ ପହଁଚିଥିଲେ । ସେଠାରେ ଓକିଲମାନଙ୍କ ସହିତ ବାରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ବେହେରାଙ୍କୁ ବାର ଆସୋସିଏସନ ପକ୍ଷରୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଫୁଲ ତୋଡାଦେଇ ବିଧାୟକଙ୍କୁ ସ୍ୱାଗତ କରିଥିଲେ । ବାର ଆସୋସିଏସନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଓକିଲମାନେ ବିଧାୟକ ଶ୍ରୀ ବେହେରାଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା, ସମ୍ପାଦକ ଦିଲ୍ଲିପ କୁମାର ସାହୁ, ଉପସଭାପତି ରମେଶ ଲେଙ୍କା, ପିପି ଭୀମସେନ ଭୂୟାଁ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଗଗନବିହାରୀ ଜେନା, ସରୋଜରାଜ ସିଂ, ଗୋକୁଳି ରଞ୍ଜନ ଦାସ, ମନୋଜ ସାହୁ, ରମାକାନ୍ତ ସ୍ୱାଇଁ, ଉମେଶ ଚନ୍ଦ୍ର ସିଂ, ଉଷା ଦାସ, ବିଭୂ ପ୍ରସାଦ ସିଂ, ପରମେଶ୍ୱର ଭୂୟାଁ, ମାନସରଞ୍ଜନ ଧଳ, ନିରଞ୍ଜନ ବଳ, ଅରୁଣ ପ୍ରସାଦ ଦାସ, ଗୋବର୍ଦ୍ଧନ ରାଉତ, ଅଧିକାରୀ ପ୍ରଭାତ କୁମାର ଦାସ, ସେକ ଅଜିମୁଦ୍ଧିନ ପ୍ରମୁଖ ଶତାଧିକ ଆଇନଜୀବି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର