Sunday , October 1 2023
Home / ବିଶେଷ / କେନ୍ଦ୍ରମନ୍ତ୍ରୀଙ୍କ ଋଷ ଗସ୍ତର ଦ୍ୱିତୀୟ ଦିନ : ଇସ୍ପାତ୍, କୋଇଲା ଏବଂ ତୈଳ ତଥା ଗ୍ୟାସ କ୍ଷେତ୍ରରେ ଆର୍ଥିକ ଗତିବିଧି ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀଙ୍କ ଋଷ ଗସ୍ତର ଦ୍ୱିତୀୟ ଦିନ : ଇସ୍ପାତ୍, କୋଇଲା ଏବଂ ତୈଳ ତଥା ଗ୍ୟାସ କ୍ଷେତ୍ରରେ ଆର୍ଥିକ ଗତିବିଧି ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦/୦୮/୨୦୧୯(ଓଡ଼ିଶା ସମାଚାର)-ଋଷ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଶ୍ୱର ଅଗ୍ରଣୀ ଇସ୍ପାତ୍ ଉତ୍ପାଦନକାରୀ ଏଭରାଜ୍ ଗ୍ରୁପର ସିଇଓ ଆଲେକଜାଣ୍ଡର ଫ୍ରୋଲୋଭ ଏବଂ ସ୍କୋଲକୋଭୋ ଫାଉଣ୍ଡେସନର ମୁଖ୍ୟ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଡା. ଆରକେଡି ଡିଭୋରକୋଡିକଙ୍କ ସହ ଦୁଇ ଦେଶ ମଧ୍ୟରେ ଇସ୍ପାତ୍, କୋଇଲା ବ୍ୟବସାୟ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଆର୍ଥିକ ଗତିବିଧି ସମ୍ପର୍କରେ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଭରାଜ୍ ଗ୍ରୁପର ସିଇଓ ଆଲେକଜାଣ୍ଡର ଫ୍ରୋଲୋଭଙ୍କ ସହ କୋଇଲା ସମ୍ବଳ, ଖଣିଜ, ଇସ୍ପାତ ଉତ୍ପାଦନ, ଟୋକ୍ନୋଲୋଜି ହସ୍ତାନ୍ତରଣ ଆଦି କ୍ଷେତ୍ରରେ ଏଭରାଜ୍ ଏବଂ ଭାରତୀୟ ଇସ୍ପାତ୍ କମ୍ପାନୀ ମଧ୍ୟରେ ସହଯୋଗ କରିବା ପାଇଁ ଆଲୋଚନା କରିଥିଲେ ।

ସେହିପରି ଶ୍ରୀ ପ୍ରଧାନ ସ୍କୋଲକୋଭୋ ଫାଉଣ୍ଡେସନର ମୁଖ୍ୟ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଡା. ଆରକେଡି ଡିଭୋରକୋଡିକ୍ଙ୍କ ସହ ଆଲୋଚନା କରିବା ପରେ କହିଥିଲେ ଯେ ସ୍କୋଲକୋଭୋ ଫାଉଣ୍ଡେସନ ଉଦ୍ୟମିତା ଏବଂ ଅଭିନବୀକରଣ ଦିଗରେ କାର୍ଯ୍ୟ କରୁଅଛି । ଏହାସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିବାଦକୁ ପ୍ରୋତ୍ସାହୋନ ଦେବା ପାଇଁ ଏକ ଷ୍ଟାର୍ଟଅପକୁ ଯୋଡୁଅଛି । ଏହି ଫାଉଣ୍ଡେସନର ସ୍କୋଲକୋଭୋ ସେଂଟର ଏକ ହାଇ ଟେକନିକ୍ ବ୍ୟବସାୟ କ୍ଷେତ୍ର । ଯାହା ତୈଳ ଏବଂ ଗ୍ୟାସ କ୍ଷେତ୍ର ସହ ନୂଆ ନୂଆ କୌଶଳକୁ ବିକଶିତ କରିବା ଭଳି କମ୍ପାନୀ ଏବଂ ଷ୍ଟାର୍ଟଅପରୁ ନିର୍ମାଣ ହୋଇଛି ।

ଟୋକ୍ନୋଲୋଜି ଇନୋଭେସନ ଏବଂ ଉଦ୍ୟମଶୀଳତାକୁ ଏକ ଜୀବନ୍ତ ଭାବେ ସ୍ଥାପନ କରିବା ଏବଂ ଋଷ ଅର୍ଥ ବ୍ୟବସ୍ଥାର ବିବିଧକରଣ ପାଇଁ ଉତପ୍ରେରକ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଧେଶ୍ୟ ବୋଲି ସେ କହିଛନ୍ତି । ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ନୂଆ ଟେକ୍ନୋଲୋଜି୍ନ ସ୍କୋଲକୋଭୋ ଫାଉଣ୍ଡେସନ ଷ୍ଟାର୍ଟଅପ ଦ୍ୱାରା ବିକଶିତ ହୋଇଛି ଯଥା ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଗତିଶୀଳ ମଡେଲିଂର ଉପକରଣ ପାଇଁ ଏହା ଅନ୍ତରଷ୍ଟ୍ରୀୟ ସ୍ତରରେ ସଫଳତା ହାସଲ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଟେକ୍ନୋଲୋଜି ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଏଠାରେ ଅବସ୍ଥିତ ଥିବା ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀକୁ ବିକଶିତ କରିଛି । ଏହାର ଉପଯୁକ୍ତ ପ୍ରଚେଷ୍ଟା ଫଳରେ ଭାରତରେ ପେଟ୍ରୋଲିୟମ ଏବଂ ଗ୍ୟାସ ଅନ୍ୱେଷଣ ଓ ଉତ୍ପାଦନକୁ ବୃଦ୍ଧି କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *