Saturday , October 16 2021
Breaking News
Home / ବିଶେଷ / କିଶନନଗର ତହସିଲ ରେ ବର୍ଷ ବର୍ଷ ଧରି କାମ ହେଉନି

କିଶନନଗର ତହସିଲ ରେ ବର୍ଷ ବର୍ଷ ଧରି କାମ ହେଉନି

ତାରପୁର, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ କହୁଛନ୍ତି ଲୋକଙ୍କୁ ସେବା ଯୋଗାଅ । ଲୋକଙ୍କୁ ଅଯଥା ହିରାଣ କରନାହିଁ, ଅଯଥା ବାରମ୍ବାର ଅଫିସ କୁ ଦୌଡ଼ାଅନାହିଁ । ସ୍ୱଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ସେଥିପାଇଁ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଲୋକମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହୋଇ ସେମାନଙ୍କ ଅସୁବିଧା ବୁଝିବେ । ମୁଖ୍ୟମନ୍ତ୍ରୀଙ୍କ , ମନ୍ତ୍ରୀ ଓ ବିଧାୟକ ଙ୍କ  ସହିତ ଉଚ ପଦାଧିକାରୀ ସିଧାସଳଖ ଲୋକଙ୍କ ସମସ୍ୟା ବୁଝିବେ କିନ୍ତୁ କଟକ ଜିଲା କିାନନଗର ତହସିଲ ରେ ଏହାର ବିପରିତ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୪ ବର୍ଷ ଧରି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କିାନନଗର ତହସିଲକୁ ଏକ ଜମିବାଡ଼ି କାର୍ଯ୍ୟରେ ଦୌଡ଼ୁଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀ , ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି ହେଲେ କିଶନନଗର ତହସିଲ ଏସବୁକୁ ଫୁ କରିଦେଇଛନ୍ତି ।  ଏଭଳି ଅଭିଯୋଗ କରିଚନ୍ତି ବାବୁଜଙ୍ଗ ପଂଚାୟତ ଅନ୍ତର୍ଗତ ଦୁଳୁପୁର ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅନାମ ଚରଣ ମହାନ୍ତି । ଏକ ଜମିବାଡ଼ି ସମ୍ପର୍କରେ କଟକ ଯୁଗ୍ମ ସେଟଲମେଂଟ କମିଶନର ଗତ ୨୦୧୬ ମସିହା ଜାନୁଆରୀ ୨ ତାରିଖରେ ଅର୍ଡ଼ର କରିଛନ୍ତି ,ମାନ୍ୟବର  ଓଡ଼ିଶା ହାଇକୋର୍ଟ ଅର୍ଡ଼ର ନଂ ୧୭୫୩୬ ତା ୨୨ଜାନୁଆରୀ୨୦୯୧୭ ମସିହା , ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଚିଠି ନଂ ୩୮୩୭୦ ତା ୧୫ ନଭେମ୍ବର ୨୦୧୭ , ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଚିଠି ନଂ ୦୪୩୩୦୬ପି ତା ୧୪ ସେପ୍ଟେମ୍ବର ୨୦୧୭ ଓ ଓଡ଼ିଶା ହାଇକୋର୍ଟ ଙ୍କ  ଅର୍ଡ଼ର ନଂ ୧୫୭୫ ତା ୧୦ ଜାନୁଆରୀ ୨୦୧୯ ସତ୍ୱେ ଏସବୁକୁ ଫୁ କରୀଦେଇଛନ୍ତି ତହସିଲଦାର । ବୃଦ୍ଧ ଜଣକ ଦିନ ପରେ ମାସ , ମାସ ପରେ ବର୍ଷ ଏହି ପରି ଦୀର୍ଘ ୪ ବର୍ଷ ହେଲା କିଶନନଗର ତହସିଲକୁ ଦୌଡ଼ୁଛନ୍ତି । ହେଲେ ତହସିଲରୁ ତାଙ୍କର କାମ କେଉଁ କାରଣରୁ ହେଉନାହିଁ , ତାହା କେବଳ ସେହି ତହସିଲଦାର ଜାଣନ୍ତି । ତହସିଲକୁ ଦୌଡ଼ି ଦୌଡ଼ି ଶେଷରେ ବୃଦ୍ଧ ଜଣକ ନିରାଶ ହୋଇ ଥକିପଡ଼ି  ଗତ ଜୁଲାଇ ୧୫ ତାରିଖରେ ପୁଣି ତହସିଲଦାର , କଟକ ଜିଲାପାଳ , କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଓ କଟକ ଯୁଗ୍ମ ସେଟଲମେଂଟ କମିଶନର ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏଥର ଯଦି ତହସିଲରୁ ତାଙ୍କର କାର୍ଯ୍ୟ ନହୁଏ ତେବେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ଆଜି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *