Tuesday , October 26 2021
Breaking News
Home / ବିଶେଷ / ଆସନ୍ତା ୬ ରେ ଏମ୍ସଛାଡ଼ିବେ  ଜଗା -କାଳିଆ, ୭ ରେ ପହଂଚିବେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ

ଆସନ୍ତା ୬ ରେ ଏମ୍ସଛାଡ଼ିବେ  ଜଗା -କାଳିଆ, ୭ ରେ ପହଂଚିବେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ

ଭୁବନେଶ୍ୱର,୩୦/୦୮/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୬ ତାରିଖରେ ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଜଗା- କାଳିଆ ଦିଲ୍ଲୀ ଏମ୍ସରୁ ଫରିବେ । ୭ ତାରିଖରେ ସେମାନେ ସିଧା କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ପହଂଚିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସକହିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ସୋମାନେ ୬ ତାରିଖରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ରେ ଆସିବେ । ସେମାନଙ୍କ ସହିତ ଦିଲ୍ଲୀ ଏମ୍ସର ଡାକ୍ତର ଦୀପକ ଗୁପ୍ତା , ଡାକ୍ତର ଜି ରଥ, ଡାକ୍ତର କେ.କୁମାର ଓ ଏ . ଡାନିଏଲ ଆସୁଥିବା ବେଳେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲର ସହକାରୀ ପ୍ରଫେସର ଡାକ୍ତର ଏସ୍.ଏସ ବରିହା , ଡାକ୍ତର ବି.ପି.ନାୟକ ଏବଂ ଓଡିଶା ନିବାସର ଅଧିକାରୀ ଡି.କେ.ସାମଲ ଆସୁଛନ୍ତି । କଟକଏସ୍.ସି.ବି ମେଡିକାଲରେ ଜଗା-କାଳିଆ ଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏ ନେଇ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀଦଳ ଗଠନ କରାଯାଇଛି । ଏହି ଦଳ ଜଗା–କାଳିଆଙ୍କ ଚିକିତ୍ସା ଦାୟିତ୍ୱରେ ରହିବେ । ସେମାନଙ୍କୁ ଏକ ସ୍ୱତନ୍ତ୍ର ନ୍ୟୁରୋ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖାଯିବ । କଟକ ଏସ୍.ସି.ବିରେ ଜଗା- କାଳିଆଙ୍କ ପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍.ସି.ବି ମେଡିକାଲ କଲେଜ ଅଧିକ୍ଷକ ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତିଙ୍କୁ ନିର୍ଦ୍ଧେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *