Friday , October 22 2021
Breaking News
Home / ତାଜା ଖବର / ଆଳି ରେ ଡ଼କାୟତି – ୪ ଜଣଙ୍କୁ ହାଣି ଲୁଟ୍ କଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

ଆଳି ରେ ଡ଼କାୟତି – ୪ ଜଣଙ୍କୁ ହାଣି ଲୁଟ୍ କଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

କେନ୍ଦ୍ରାପଡ଼ା, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ଗୁରୁବାର ବିଳମ୍ବିତ ରାତିରେ ଆଳିରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁ ରେ ଏହି ଡ଼କାୟତି ହୋଇଛି । ରାତି ପ୍ରାୟ ୨ ଟାରେ ବିଦ୍ୟୁତ ଲାଇନ୍ କାଟି ଅନ୍ଧାର ମଧ୍ୟରେ ପ୍ରାୟ ୫ ଜଣ ଡ଼କାୟତ ଗ୍ରୀଲ କାଟି ଭରତପୁର ଗାଁ ର ହାଡ଼ିବନ୍ଧୁ ସାହୁଙ୍କ ଘରେ ପସିଥିଲେ । ଘରର ଲୋକମାନେ ଉଠିବାରୁ ଡ଼କାୟତମାନେ  ହାଡ଼ିବନ୍ଧୁ, ତାଙ୍କ ପତ୍ନୀ ଭଗବତୀ , ପୁଅ ବାସୁଦେବ ଓ ବୋହୁ ଉର୍ମିଳା ଙ୍କୁ ଧାରୁଆ ଅସ୍ତ୍ର ରେ ହାଣି ଘରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ତେବେ ଏକ ଛୋଟ ଝିଅ ଆକ୍ରମଣରୁ ବର୍ତିଯାଇଛି । ପୋଲିସ୍ ଓ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ୍ କିମ୍ବା ଆମ୍ବୁଲାନ୍ସ ଆସିନଥିଲା । ଆହତ ଉପରୋକ୍ତ ୪ ଜଣଙ୍କୁ ପ୍ରଥମେ ଆଳି ଓ  ପରେ କେନ୍ଦ୍ରାପଡ଼ା ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଅନୁରୂପଭାବେ ସେହି ଗାଁ ର ଅଲେଖ ଚନ୍ଦ୍ର ସାହୁଙ୍କ ଘରେ ପସି ଲକ୍ଷାଧିକ ଟଙ୍କା  ଓ ସୁନା ଗହଣା ଲୁଟିନେଇଚନ୍ତି ।

ଶୁକ୍ରବାର ସକାଳେ ଡ଼କାୟତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଲୋକମାନେ କଟକ – ଚାନ୍ଦବାଲି ରୋଡ଼ ର ଭରତପୁର ଠାରେ ରାସ୍ତା ଅବରୋଧ କରିଥିଲେ । ତେବେ କେନ୍ଦ୍ରାପଡ଼ା ଏସପି ନୀତିଶେଖର ପହଂଚି ଲୋକମାନଙ୍କୁ ବୁଝାସୁଝା କରି ଡ଼କାୟତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟାଇଛନ୍ତି । ସାଇଂଟିଫିକ୍ ଟିମ ଓ ଡ଼ଗ୍ ସ୍କ୍ୱାର୍ଡ଼ ମଗାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *