କେନ୍ଦ୍ରାପଡ଼ା, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ଗୁରୁବାର ବିଳମ୍ବିତ ରାତିରେ ଆଳିରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁ ରେ ଏହି ଡ଼କାୟତି ହୋଇଛି । ରାତି ପ୍ରାୟ ୨ ଟାରେ ବିଦ୍ୟୁତ ଲାଇନ୍ କାଟି ଅନ୍ଧାର ମଧ୍ୟରେ ଗ୍ରୀଲ କାଟି ଭରତପୁର ଗାଁ ର ହାଡ଼ିବନ୍ଧୁ ସାହୁଙ୍କ ଘରେ ଡ଼କାୟତମାନେ ପସି ହାଡ଼ିବନ୍ଧୁ, ତାଙ୍କ ପତ୍ନୀ ଭଗବତୀ , ପୁଅ ବାସୁଦେବ ଓ ବୋହୁ ଉର୍ମିଳା ଙ୍କୁ ଧାରୁଆ ଅସ୍ତ୍ର ରେ ହାଣି ଘରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ତେବେ ଏକ ଛୋଟ ଝିଅ ଆକ୍ରମଣରୁ ବର୍ତିଯାଇଛି । ପୋଲିସ୍ ଓ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ୍ କିମ୍ବା ଆମ୍ବୁଲାନ୍ସ ଆସିନଥିଲା । ଆହତ ଉପରୋକ୍ତ ୪ ଜଣଙ୍କୁ ପ୍ରଥମେ ଆଳି ଓ ପରେ କେନ୍ଦ୍ରାପଡ଼ା ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଶୁକ୍ରବାର ସକାଳେ ଡ଼କାୟତଙ୍କୁ ତୁରନ୍ତ ଗିରଫ ଦାବିରେ କଟକ – ଚାନ୍ଦବାଲି ରୋଡ଼ ଅବରୋଧ କରାଯାଇଥିଲା । କେନ୍ଦ୍ରାପଡ଼ା ଏସପି ନୀତିଶେଖର ପହଂଚି ଲୋକମାନଙ୍କୁ ବୁଝାସୁଝା କରି ଡ଼କାୟତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟାଇଛନ୍ତି । ସାଇଂଟିଫିକ୍ ଟିମ ଓ ଡ଼ଗ୍ ସ୍କ୍ୱାର୍ଡ଼ ମଗାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର