Friday , September 29 2023
Breaking News
Home / ବିଶେଷ / ଆବର୍ଜ୍ଜନାରେ ପୋତି ହୋଇପଡୁଛି ଡ୍ରେନ୍ ,ସ୍ୱଛ ଭାରତ ଯୋଜନା ପ୍ରହସନ ପାଲଟିଛି 

ଆବର୍ଜ୍ଜନାରେ ପୋତି ହୋଇପଡୁଛି ଡ୍ରେନ୍ ,ସ୍ୱଛ ଭାରତ ଯୋଜନା ପ୍ରହସନ ପାଲଟିଛି 

ଗରଦପୁର ୩୦/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ବଜାରରେ ସ୍ୱଛ ଭାରତ ଯୋଜନା ପ୍ରହସନ ପାଲଟିଛି । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ପାଟକୁରା ବଜାରରେ ଥିବା ମାର୍କେଟ କମ୍ପେକ୍ସ ଗୃହ ଓ ଅଙ୍ଗନୱାଡି କେନ୍ଦ୍ର ଆଗରେ ଦୀର୍ଘ ଦିନରୁ ପଡି ରହିଥିବା କୁଢ କୁଢ ଅଳିଆ ଆବର୍ଜ୍ଜନା । ବର୍ଷା ଦିନମାନଙ୍କରେ ଏହି ସ୍ଥାନରୁ ଉଦର୍ବୃତ ବର୍ଷା ପାଣି ନିଷ୍କାସିତ ହେବା ପାଇଁ ନିର୍ମାଣ କରାଯାଇଥିବା ଡ୍ରେନଟି ବିଭିନ୍ନ ପଲିଥିନ୍, ଅଳିଆ, ଆବର୍ଜ୍ଜନାରେ ପୋତି ହୋଇ ପଡିଲାଣି । ଫଳରେ ବର୍ଷା ପାଣି ନିଷ୍କାସନ କରାଯିବା ପାଇଁ କରାଯାଇଥିବା ଡ୍ରେନ୍ରେ ଏବେ ପାଣି ନିଷ୍କାସିତ ହୋଇ ପାରୁ ନାହିଁ । ବର୍ଷା ସମୟରେ ଦୁର୍ଗନ୍ଧ ବର୍ଷା ପାଣି ଏହି ସବୁ ସ୍ଥାନରେ ଲହଡି ମାରୁଥିବାବେଳେ, ବହୁ ଅପରିଷ୍କାର ପାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଡି ରହୁଛି । ଦୀର୍ଘ ଦିନ ଧରି ଏହି ସ୍ଥାନରେ ଦୂଷିତ ପାଣି ଜମି ରହୁଥିବା  ଓ ଏହି ପାଣିରେ ଭାଷୁ ଥିବା ବିଭିନ୍ନ ପ୍ରକାର ଅଳିଆ, ଆବର୍ଜ୍ଜନାରେ ସମଗ୍ର ସ୍ଥାନଟି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଦୀର୍ଘ ଦିନ ଧରି ଏଠାରେ ପାଣି ଜମି ରହୁଥିବାରୁ ମଶା,ମାଛିମାନଙ୍କର ଆଡା ଜମୁଛି । ପାନୀୟ ଜଳ ଯୋଗାଣ ବିଭାଗର ଏଠାରେ ଏକ ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଉସ୍ ଓ ଓଭରହେଡ୍ ପାଣି ଟାଙ୍କି ରହିଛି । ଏହି ସ୍ଥାନଟି ଏକ ଖାଲୁଆ ସ୍ଥାନ ହୋଇଥିବାରୁ ଏଠାରେ ମଧ୍ୟ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମା ହୋଇ ରହୁଛି । ଏହି ପାଣିରେ କାରବାର ହେଲେ ଚର୍ମ ରୋଗ ବ୍ୟାପିବାର ମଧ୍ୟ ଆଶଙ୍କା ଉପୁଜିଛି । ଫଳରେ ସମଗ୍ର ସ୍ଥାନଟି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଏଥି ପ୍ରତି ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ସ୍ୱେଛାସେବୀ ଅନୁଷ୍ଠାନ ଦୃଷ୍ଟି ଦେଉ ନାହାଁନ୍ତି । ଏଠାରୁ ବର୍ଷା ଜଳ ନିଷ୍କାସନ କରିବା ପାଇଁ ସ୍ଥାନୀୟ ସରପଂଚ କିମ୍ବା ଗରଦପୁର-ପାଟକୁରା ରାସ୍ତାର ରକ୍ଷଣା ବେକ୍ଷଣା ଦାଇତ୍ୱରେ ଥିବା ପୂର୍ତ ବିଭାଗ ଦୃଷ୍ଟି ଦେଉଛି ? କେହି ବି ଏ ସ୍ଥାନଟିକୁ ପରିଷ୍କାର କରିବା ଓ ବର୍ଷା ଜଳ ନିଷ୍କାସନ କରିବା ପାଇଁ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଏଠାରେ ନିର୍ମିତ କରାଯାଇଥିବା ଡ୍ରେନ୍ ସଫେଇ କରା ନ ଯିବା ଏବଂ ଅଳିଆ, ଆବର୍ଜ୍ଜନାଗୁଡିକୁ ପରିଷ୍କାର କରା ନ ଯାଏ,ତେବେ ପାଶ୍ୱର୍ ବର୍ତୀ ଅଂଚଳରେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ସମସ୍ୟା ଉପୁଜି ପାରେ ବୋଲି ବୁଦ୍ଧିଜବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ବଜାରରେ କେତେକ ଦୋକନୀମାନେ ଅଳିଆ,ଆବର୍ଜ୍ଜନା ପକାଉଥିବାରୁ ଏଠାରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାର କୁହାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *