ବ୍ରହ୍ମପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଗଂଜାମ ଜିଲାରେ ବୁଧବାର ଦିନ ପୁଣି ଆଉ ୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲାରେ ଡ଼େଙ୍ଗୁ ପଜିଟିଭ ସଂଖ୍ୟା ୬୬ ରେ ପହଂଚିଛି । ଏହି ୫ ଜଣ ଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁରର ହୋଇଥିବାବେଳେ ୨ ଜଣ ରାଜ୍ୟ ବାହାରୁ ଆସିଥିବା ଜିଲା ମ୍ୟାଲେରିଆ ଅଧିକାରୀ ଡ଼ଃ ଜଗଦିଶ ପଟ୍ଟନାୟକ ଙ୍କ ଠାରୁ ସୂଚନା ମିଳିଛି । ଡ଼େଙ୍ଗୁ ରୋଗୀଙ୍କ ପାଇଁ ବଡ଼ ମେଡ଼ିକାଲ ରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯାଇଥିବାବେଳେ ସିଟି ହସପିଟାଲ ରେ ମଧ୍ୟ ଆବଶ୍ୟକ ସୁବିଧା କରାଯାଇଛି । ଓଡ଼ିଶା ସମାଚାର