କେନ୍ଦ୍ରାପଡା ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଟାଉନ ଥାନା ପୋଲିସ ଚଢାଉକରି ୩ଶହ ଲିଟର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହିତ ୪ଜଣ ଚୋରାମଦବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗୁରୁବାର ପୂର୍ବାହ୍ନରେ ସହରର ବଡହାଟଗ୍ରାମରେ ଚଢାଉକରି ଚୋରାମଦ ବେପାରୀ କୁମୁଦିନି ମହାରଣା, ଗେହ୍ଲା ମହାରଣା, ନିରଞ୍ଜନ ମହାରଣା ଓ ମୋହନ ମହାରଣାଙ୍କ ଠାରୁ ୩ଶହ ଦେଶୀମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହ ସେହି ଅଭିଯୁକ୍ତ ଚୋରାମଦ ବେପାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଏସ.ଆଇ. ସୈାମ୍ୟରଞ୍ଜନ ବିଶ୍ୱାଳ, ଏସ.ଆଇ ଅନ୍ତର୍ଯ୍ୟାମି ବିଶ୍ୱାଳ, ଏ.ଏସ.ଆଇ ଶରତ ଚନ୍ଦ୍ର ବାରିକ, ହାବିଲଦାର ନରେନ୍ଦ୍ର ନାଥ ସୋରେନ ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର