Tuesday , December 7 2021
Breaking News
Home / ବିଶେଷ / ସମ୍ବଲପୁର ରେଳଷ୍ଟେସନ ଏବେ ନୋ ପ୍ଲାଷ୍ଟିକ ଜୋନ୍ – ଦେଶର ଦ୍ୱିତୀୟ ରେଲଷ୍ଟେସନ

ସମ୍ବଲପୁର ରେଳଷ୍ଟେସନ ଏବେ ନୋ ପ୍ଲାଷ୍ଟିକ ଜୋନ୍ – ଦେଶର ଦ୍ୱିତୀୟ ରେଲଷ୍ଟେସନ

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତୀୟ ରେଳ ମନ୍ତ୍ରାଳୟ ଦେଶରେ ଥିବାସମସ୍ତ ରେଳ ଡିଭିଜନକୁ ନିର୍ଦ୍ଧେଶ ଜାରି କରି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣାଜାରି କରିଛି । ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀଠାରୁ ୫୦ ମାଇକ୍ରୋନରୁ କମ ମୋଟଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ କରିଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଛି । ଏହା ପରେ ସମ୍ବଲପୁର ରେଳ ଷ୍ଟେସନ “ନୋପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା ହୋଇଛି । ତିରୁପତି ପରେ ଦେଶର ଦ୍ୱିତୀୟ ରେଲଷ୍ଟେସନ ଭାବେ ସମ୍ବଲପୁର ରେଳ ଷ୍ଟେସନକୁ ‘ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା କରାଯାଇଛି । ରେଳ ମନ୍ତ୍ରଣାଳୟର ଏହି ପଦକ୍ଷେପ ପରେ ତିରୁପତି ରେଳ ଷ୍ଟେସନକୁ ଦେଶର ପ୍ରଥମ “ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା କରାଯାଇଥିଲା । ଏହା ପରେ ସମ୍ବଲପରୁ ରେଳ ଷ୍ଟେସନକୁ ଦେଶର ଦ୍ୱିତୀୟ “ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣାକରାଯାଇଛି । ଯାହା ଓଡ଼ିଶା ଓ ସମ୍ବଲପରୁ ପାଇଁ ସମ୍ମାନର କଥା ହୋଇଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *