ଗଂଜାମ,୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲାରେ ବେଶ୍ ସୁନାମ ଅର୍ଜନ କରିଥିବା ସୂର୍ଯ୍ୟ ନାରାୟଣ ସାବତ (୫୯) ଙ୍କର ପରଲୋକ ଘଟିଛି । ୧୯୮୧ ମସିହାରେ ତାଳପଡ଼ା ଠାକୁରାଣୀ ଉଚ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଜିଲାର ଫାସି,ବୁରୁପଡ଼ା,ଟାଙ୍ଗଣାପଲୀ,ହୁଗୁଳାପଟା,ବ୍ରହ୍ମପୁର କୋର୍ଟପେଟା ଓ ସିଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଭିଭି ଗିରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୧୯ ରେ ଓଇଏସ (୨) ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେ ଗତ କିଛି ଦିନ ହେଲା ମସ୍ତିସ୍କ କର୍କଟ ରୋଗରେ ପିଡ଼ିତ ଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର