ବାଲେଶ୍ୱର ୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଗତ ୨୬ ତାରିଖ ବିଳମ୍ବିତ ରାତିରେ ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ପଂଚାୟତ ଅଫିସ ନିକଟରୁ ପୁଲିସ ଜନୈକ କୁଖ୍ୟାତ ଅପରାଧି ଓ ତାର ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ସମରାଇପୁର ଅଂଚଳର କିଶୋର ମହାଳିକ ଓ ତାର ସହଯୋଗୀ ଜିତୁ ସିଂକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଲୁହାରଡ୍, ମଦ ବୋତଲ, ତେଲେଙ୍ଗା କଟୁରୀ, ବନ୍ଧୁକ ଜବତ କରାଯାଇଛି । ଏ ବାବଦରେ ଥାନା କେସ୍ ନଂ ୧୯୧/୧୯ରେ ମାମଲା ରୁଜୁ କରି ସେମାନଙ୍କୁ ପୁଲିସ ଗିରଫ କରିଛି । ଓଡ଼ିଶା ସମାଚାର
Check Also
ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ
ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …