ଗରଦପୁର ୨୯/୦୮/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ମେଡିସିନ୍ ଷ୍ଟୋରରୁ ଚୋରି ହୋଇଥିବା ଏକ ମୋବାଇଲକୁ ପାଟକୁରା ପୁଲିସ ଉଦ୍ଧାର କରିବା ସହିତ ସମ୍ପୃକ୍ତ ଚୋରକୁ ଗିରଫ କରିଥିବା ପାଟକୁରା ପୁଲିସ ପ୍ରକାଶ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ପାଟକୁରା ବଜାରରେ ଥିବା ପାଟକୁରା ମେଡିସିନ୍ ଷ୍ଟୋରରୁ ଗତ ଜାନୁଆରୀ ୧୫ ତାରିଖ ଦିନ ଏକ ମୋବାଇଳ ଚୋରି ହୋଇଯାଇଥିଲା । ଏ ସମ୍ପର୍କରେ ସିତାଂଶୁ ପରିଡା ପାଟକୁରା ଥାନାରେ ଲିଖିତ ଅଭିୋଯାଗ କରିବା ପରେ ଥାନାରେ ଏକ ଚୋରୀ ମାମଲା ରୁଜୁ କରାଯାଇ ଥିଲା । ମାତ୍ର ଆଜି ସମ୍ପୃକ୍ତ ମୋବାଇଲ ଚୋରକୁ ପାଟକୁରା ପୁଲିସ ଗିରଫ କରିଛି ବୋଲି ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଗିରଫ ହୋଇଥିବା ମୋବାଇଲ ଚୋର ପାରାଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ହାଣ୍ଡିଆ ଗ୍ରାମର ସୁକାନ୍ତ ସେଠୀ (୩୨) ବୋଲି ପୁଲିସ ପ୍ରକାଶ କରିଛି । ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ମୋବାଇଲକୁ ପୁଲିସ ଉଦ୍ଧାର କରିଥିବାବେଳେ,ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର