ପାରାଦୀପ, ୨୮/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦୀପ ର ଅଗ୍ରଣୀ ସାହିତ୍ୟ ସଙ୍ଗଠନ “ମୋନାଲିସା ସାହିତ୍ୟ ସଂସଦ ” ଆନୁକୂଲ୍ୟରେ ମାସିକ କବିତା ପାଠୋତ୍ସଵ “ବର୍ଷା ଆସର ” ଶନିବାର ସନ୍ଧ୍ୟାରେ ବଡପଡ଼ିଆସ୍ଥିତ ପାରାଦୀପ ପୋର୍ଟ ୱାର୍କଶ ୟୁନିୟନ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କବି ତଥା ଶ୍ରମିକ ନେତା ଶ୍ରୀ ଅନନ୍ତ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ଓ ପୁରସ୍କାର ପ୍ରାପ୍ତ କବି ପିତାମ୍ବର ତରାଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ଶ୍ରୀ ଅକ୍ଷୟ କୁମାର ରାଉତ ଓ ପାରାଦୀପ ଲାଫିଙ୍ଗ କ୍ଲବ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଯୋଗ ଦେଇଥିଲେ।
ମୋନାଲିସା ର ସମ୍ପାଦିକା ସଂଘମିତ୍ରା ସ୍ବାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କବି ତଥା କଣ୍ଠ ଶିଳ୍ପୀ ବିଜୟ କୁମାର ନାୟକ କବିତା ସଂଯୋଜନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ। ସ୍ଥାନୀୟ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। କବି ପ୍ରେମଲତା ବାରିକ,ରମେଶ ଚନ୍ଦ୍ର ବହିରା,ନଗେନ୍ଦ୍ର ସ୍ଵାଇଁ,ବିଦୁତ୍ ପ୍ରଭା ବେହେର, ତୁଳସୀ ବରାଳ,ଧ୍ରୁବଚରଣ ମହାପାତ୍ର,ବେଣୁଧର ମିଶ୍ର,ଅରୁପ ବିଶ୍ଵାଳ,କୁଳମଣୀ ବିଶ୍ଵାଳ,ଭାଗ୍ୟଶ୍ରୀ ପ୍ରଧାନ,ପ୍ରଶାନ୍ତ କୁମାର ରାଉତ ପ୍ରମୁଖ କବି ମାନେ କବିତା ପଢିବା ସହ”ବରଷା କାଳ ଅଟେ ମଙ୍ଗଳ କାରି”ଶିର୍ଷକ ଆଲୋଚନା ଅତିଥି ମାନେ କରିଥିଲେ । ଓଡ଼ିଶା ସମାଚାର