Tuesday , October 26 2021
Breaking News
Home / ବିଶେଷ / ଦୁଇ ଦିବସୀୟ ଅହମଦୀୟା ମୁସଲିମ ପ୍ରଶିକ୍ଷଣ ଶିବିର ଉଦଯାପିତ

ଦୁଇ ଦିବସୀୟ ଅହମଦୀୟା ମୁସଲିମ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଅହମଦୀୟା ମୁସଲିମ ମସଜିଦ ହମଦଠାରେ ଅହମଦୀୟା ସଂଗଠନର ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣର ଉଦଯାପନୀ ଉସôବରେ ମୁହମ୍ମଦ ନୁରୁଦ୍ଧିନ ଅମିନ ପୌରୋହିତ୍ୟ କରିଥିଲେ । ପବିତ୍ର କୋରାନ ପାଠ ମୁହମ୍ମଦ ଜଫରୁଲ ହକ କରିଥିବାଳେ, ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ଉପରେ ଅତି ସୁନ୍ଦର କବିତାଟିଏ ମୌଲାନା ମକସୁଦ ଅଲି ଅହମଦ ପଢ଼ି ଶୁଣାଇଥିଲେ । ମୁଖ୍ୟ ଅତିଥି ଭାବେ ପଞ୍ଜାବ ପ୍ରଦେଶରୁ ଆସିଥିବା ଅହମଦୀୟା ମୁସଲିମ ସଂଗଠନର ନିର୍ମାଣକାର୍ଯ୍ୟ ସଚ୍ଚିବ ମୌଲାନା ଅତାଏଲାହି ଅହସନ ଘୋରି ଯୋଗଦେଇ କହିଲେ, ସମାଜରେ ଏକ ସ୍ୱସ୍ଥ ଓ ସନ୍ତୁଳିତ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ସ୍ୱଚ୍ଛତା ହିଁ ସଭ୍ୟତାର ପରିଚୟ । ଧର୍ମ ଆମକୁ ମାନବପଣିଆ ଶିଖାଇଥାଏ । ଧର୍ମ ସ୍ୱଚ୍ଛ କର୍ମ କରିବାକୁ ଆଦେଶ ଦେଇଥାଏ । ମୁଖ୍ୟବକ୍ତା ଭାବେ ଯୋଗଦେଇ ମୌଲାନା ଜମାଲ ଶରିୟତ ଅହମଦ କହିଲେ, ମାନବଜାତି ଆମେ ସବୁ ଭାଇଭାଇ । ଏକ ମନ ଏକ ପ୍ରାଣ ହୋଇ ଦେଶ ଓ ଧର୍ମର ସେବା କରିବା ଉଚିତ । ମହାପୁରୁଷମାନଙ୍କର ଚରିତ୍ର ଆମ ପାଇଁ ଏକ ଆଦର୍ଶ । ଉକ୍ତ ଆଦର୍ଶ ଅନୁଯାୟୀ ଅନୁପ୍ରାଣିତ ହେଲେ ଆମେ ଦୁନିଆରେ ସଫଳତାକୁ ପାଇପାରିବା । ଯୁଗ୍ମ ସଚ୍ଚିବ ପଂଚାୟତିରାଜ ତଥା ଶ୍ରୀ ମହାବିଦ୍ୟାଳୟର ଶିକ୍ଷକ ସତ୍ୟରଂଜନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ମଣିଷ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ମଣିଷ ସୁଖମୟ ଜୀବନ ସେତେବେଳେ ଅତିବାହିତ କରିପାରିବ, ଯେତେବେଳେ ଶାନ୍ତ ସ୍ୱଭାବ ରହିବ । ଆତ୍ମଶାନ୍ତି ରହିଲେ ପରମାତ୍ମାଙ୍କୁ ପାଇପାରିବ । ଅହମଦୀୟା ମୁସଲିମ ସଂଗଠନ ଅର୍ଥବିଭାଗର ଉପସଚ୍ଚିବ ମୌଲାନା ସୟଦ ସବାହୁଦ୍ଧିନ ଯୋଗଦେଇ ନିଜ ଭାଷଣରେ କହିଲେ, ଇସଲାମରେ ପାଂଚଗୋଟି ମୌଳିକ ନିତି ରହିଛି । ଜକାତ ସେଥିମଧ୍ୟରୁ ଅନ୍ୟତମ । ଜକାତର ଅର୍ଥ ହେଲା, ନିଜର ନିଦ୍ଧିଷ୍ଟ ସଂଚିତ ଗହଣା, ଟଙ୍କା ପଇସା ଓ ସଂପତିର ୧/୪୦ ଭାଗ ଧର୍ମକର୍ମ ପାଇଁ ବିନିଯୋଗ କରିବା । ଯଦ୍ଧ୍ୱାରା ଗରିବ, ଅସହାୟ ଏବଂ ବିଧବାମାନଙ୍କର ମଙ୍ଗଳ ସାଧନ ହେବ । ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ର ମୌଲାନା ଇନଚାର୍ଜ ଫରଜାନ ଅହମଦ ଖାଁ ଯୋଗଦେଇ କହିଲେ, ଯୁବ ସଂସ୍କାର ଦ୍ୱାରା ସମାଜ ସଂସ୍କାର ହୋଇଥାଏ । ସେଥି ଯୋଗୁଁ ପିଲାଟି ଦିନରୁ ଉତମ ଚରିତ୍ର ଗଠନ କରିବା ପିତାମାତାଙ୍କର ପରମ କର୍ତବ୍ୟ । ଏହି ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିରରେ ପବିତ୍ର କୋରାନର ଶିକ୍ଷା, ନମାଜ ଉପାସନାର ବିଧି, କୁଇଜ, ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । କୃତି ଛାତ୍ର, ଛାତ୍ରୀ ତଥା ପୁରୁଷ ଓ ମହିଳାମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଶିବିରରେ ୨୦୦ରୁ ଊଦ୍ଧ୍ୱର୍ ପୁରୁଷ ଓ ମହିଳା ଅହମଦି ମୁସଲିମମାନେ ଯୋଗଦେଇ ତାଲିମ ହାସଲ କରିଥିଲେ । ପରିଶେଷରେ ସଭାପତିତ୍ୱ ଭାଷଣରେ ମୁହମ୍ମଦ ନୁରୁଦ୍ଧିନ ଅମିନ କହିଲେ, ଭଲ ମଣିଷଟିଏ ହେବାକୁ ହେଲେ ଭଲ ଶିକ୍ଷା ଗ୍ରହଣ କରିବା ଉଚିତ । ଶିକ୍ଷା ଗ୍ରହଣ ଦ୍ୱାରା ଆମେମାନେ ଭଲ ଓ ମନ୍ଦ ବିଷୟରେ ଜାଣିପାରିବା । ସେଥିଯୋଗୁଁ ଭଲକୁ ଆପଣାଇବା ଉଚିତ । ମନ୍ଦକୁ ପରିତ୍ୟାଗ କରିବା ଉଚିତ । ଏହି ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିରକୁ ମୌଲାନା ଫଜଲ ହକ ଖାଁ, ମୁବାରକ ଅହମଦ ପରିଚାଳନା କରିଥିବା ବେଳେ ତାଙ୍କୁ ଅହମଦ ସଲାମ, ତାହେର ଅହମଦ, ମୁହମ୍ମଦ ହୁମାୟୁଁ ଅକିଲ, ସେକ ରମଜାନ ଏବଂ ମାମୁନ ରସିଦ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *