କେନ୍ଦ୍ରାପଡା ୨୯/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦେଶ୍ୟରେ ପାଳନ କରାଯାଉଥିବା ଜାତୀୟ କ୍ରୀଡା ଦିବସ ଅବସରରେ ଗୁରୁବାର ସକାଳେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲି ବାହାରି ସହର ମଧ୍ୟଦେଇ ତିନିମୁହାଣି, କଜଳା, ମହିପାଳ, ନୂଆ ବସଷ୍ଟାଣ୍ଡ, କାକଟ, ବଡହାଟ, ପୁରୁଣାବସଷ୍ଟାଣ୍ଡଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଁଚିଥିଲା । ଏହି ସାଇକେଲ ରାଲିକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଳ ରଙ୍ଗର ପତାକାଦେଖାଇ ଶୁଭାରମ୍ଭ କରି ଜାତୀୟ କ୍ରୀଡା ଦିବସ ପାଳନର ତାପôର୍ଯ୍ୟତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ଉଦବୋଧନ ଦେଇ ବୁଝାଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକମଲ ଅଲ୍ଲୀ,ଜ୍ୟୋତିର୍ମୟ ଦାସ,ସେକ ସୈାକତ ଖାନ,ସେକ ଆଜିମୁଦିନ,ଶଶୀରେଖା ସାହୁ,ଦେବେନ୍ଦ୍ର ସାହୁ,ଜଗଦିସ ଦାସ,ସେକ ସଲାଉଦ୍ଧିନ,ଟୁଲୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାଇକେଲ ରାଲିରେ ବିଭିନ୍ନ ସ୍କୁଲ, କଜଲେଜ ଓ ଯୁବକସଙ୍ଘର ୨ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ, ଯୁବକ, ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର