Friday , October 22 2021
Breaking News
Home / କ୍ରୀଡ଼ା / ଜାତୀୟ କ୍ରୀଡା ଦିବସ ଅବସରରେ ପିପିଏଲ ଡିଏଭି ଦ୍ୱାରା ମିନି ମାରାଥନ୍ ଆୟୋଜିତ

ଜାତୀୟ କ୍ରୀଡା ଦିବସ ଅବସରରେ ପିପିଏଲ ଡିଏଭି ଦ୍ୱାରା ମିନି ମାରାଥନ୍ ଆୟୋଜିତ

ପାରାଦ୍ୱୀପ ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ପିପିଏଲ ପରିସରରେ ଥିବା ଡି.ଏ.ଭି ପବ୍ଳିକ୍ ସ୍କୁଲ ଠାରେ ଗୁରୁବାର ଦିନ ଜାତୀୟ କ୍ରିଡା ଦିବସ ପାଳିତ ହୋଇଯାଇଛି । ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମଦିବସ ଉପଲକ୍ଷେ ଏହି ଦିବସ ସାରା ଦେଶରେ ପାଳିତ ହୋଇଥାଏ । ପିପିଏଲ ଡିଏଭି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରାଜଶ୍ରୀ ମହାପାତ୍ର ସ୍କୁଲର ଛାତ୍ର ଓ ଛାତ୍ରୀ ମାନଙ୍କୁ ଏହି ଦିବସର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ପରେ ବିଦ୍ୟାଳୟର କି୍ରଡା ଶିକ୍ଷକ ଶାଶ୍ୱତ କୁମାର ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ସପଥ ପାଠ କରାଇଥିଲେ । ଏହି ଦିବସ ଉପଲକ୍ଷେ ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଏକ ମିନି ମାରାଥନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏବଂ ଅପରାହ୍ନରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳର ଆୟୋଜନ ଡିଏଭି ଓଡିଆ ଓ ଇଂରାଜୀ ମିଡିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍କୁଲର କ୍ରିଡା ଶିକ୍ଷୟତ୍ରୀ ଧରିତ୍ରି ମିଶ୍ର ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଆରମ୍ଭ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ଶନିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ …

Leave a Reply

Your email address will not be published. Required fields are marked *