Saturday , October 16 2021
Breaking News
Home / ବିଶେଷ / ଜଳ ପରିକ୍ଷଣ ତାଲିମ କାର୍ଯ୍ୟକ୍ରମ

ଜଳ ପରିକ୍ଷଣ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଓାଟ ଫର୍ ଓମେନ,ଡିଏଫ୍ଏଟି ସହାୟତାରେ ଓ ସି.ଏଫ୍.ଏ.ଆର୍ ଓ ରାଜ୍ୟ ଜଳ ପରିକ୍ଷଣ ଲାବୋ୍ରଟାରୀ ,ଗ୍ରମ୍ୟ ଜଳ ଯୋଗାଣ ବିଭାଗ ଓଡିଶା ସରକାର ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ରାଜ୍ୟ ଜଳ ପରିକ୍ଷଣ ଲାବୋ୍ରଟାରୀ ,ଗ୍ରମ୍ୟ ଜଳ ଯୋଗାଣ ବିଭାଗ ,ଖଣ୍ଡଗିରି ,ଭୁବନେଶ୍ୱର ଠାରେ ଏକ ଜଳ ପରିକ୍ଷଣ ତାଲିମ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ଶ୍ରୀ ସୁମନ୍ତ କୁମାର ହରିଚନ୍ଦନ ,ସୁପରିଟେଣ୍ଡେଟ ଇଂଜିନିଅର କର୍ମସାଳା ଉଦଘାଟନ କରି ପ୍ରଶିକ୍ଷାର୍ଥୀ ଙ୍କୁ ଜଳ ର ଗୁଣବତା ଓ ବ୍ୟବହାର ବିଷୟ ରେ ଆଲୋକପାତ କରିଥିଲେ । ଶୀ୍ର ଏନ୍.କେ.ପଣ୍ଡା,ବି.କେ ରାଉତ ଶ୍ରୀମତି ଏଚ୍.ପି.ପାଣ୍ଡେ,ସମିର ରଂଜନ ଦାଶ ,ଯୋଗଲ ନାୟକ ଓ ସି.ଏଫ୍.ଏ.ଆର୍ ର କର୍ମୀ ମାନେ କର୍ମଶାଳା କୁ ଆଗ କୁ ନେଇଥିଲେ ।
ଉକ୍ତ ତାଲିମ କର୍ମଶାଳା ରେ ୧୨ଗୋଟି ସାହି ର ୪୦ ଜଣ ବିଭିନ୍ନ ମହିଳା ଗୋଷ୍ଠୀର ନେତ୍ରୀ ,ଗୋଷ୍ଠି ପରିଚାଳନା କମିଟି ର ସଦସ୍ୟ,କିଶୋରି ବାଳିକା ମାନେ ଉପସ୍ଥିତ ଥିଲେ ।
ଏହା ସହ ଜଳ ର ଅଠ ଗୋଟି ମାନଦଣ୍ଡ ବିଷୟ ରେ ତାଲିମ ନେଇଥିଲେ ଓ ନିଜ ସାହିରୁ ଆଣିଥିବା ଜଳ ର ନମୁନା କୁ ପରୀକ୍ଷା କରାଇଥିଲେ । ଏଥି ରୁ ଜାଣିବାକୁ ପାଇଲେ ଜଳ ର ମାନ ବହୁତ ନିକୃଷ୍ଟ ଏବଂ ଏହାର ପରୀକ୍ଷା କରି ଉପଚାର କରିବା ନିହାତି ଆବଶ୍ୟକ ।. ଶ୍ରୀ ସୁମନ୍ତ କୁମାର ହରିଚନ୍ଦନ ,ସୁପରିନଟେଣ୍ଡିଂ ଇଂଜିନିଅର କହିଥିଲେ ଯେ ପ୍ରତ୍ୟକ ସାହିରେ ରାଜ୍ୟ ଜଳ ପରିକ୍ଷଣ ଲାବୋ୍ରଟାରୀ ସହାୟତା ରେ ଗୋଷ୍ଟି ସ୍ତରିୟ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ.ା ଶୀ୍ର ଏନ୍.କେ.ପଣ୍ଡା ପ୍ରସ୍ତାବ ଦେଇଥିଲେ କି ସି.ଏଫ୍.ଏ.ଆର୍ ନେତୃତ୍ୱ ରେ ଜଳ ର ନମୁନା ସଂଗ୍ରହ କରି ରାଜ୍ୟ ଜଳ ପରିକ୍ଷଣ ଲାବୋ୍ରଟାରୀ ରେ ପରୀକ୍ଷା କରାଇନେବେ ।
ରାଜ୍ୟ ଜଳ ପରିକ୍ଷଣ ଲାବୋ୍ରଟାରୀ ,ଗ୍ରମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ବର୍ତମାନ ୫ ଗୋଟି ଟେଷ୍ଟିଗଂ କିଟ୍ ଦିଅଯାଇଥିଲା । ପ୍ରମିଳା ଚଣ୍ଡ, ଗୋଷ୍ଠି ପରିଚାଳନା କମିଟି ର ସଦସ୍ୟା,ଆଦିତ୍ୟ ନଗର ଟେଷ୍ଟିଗଂ କିଟ୍ ସହାୟତା ରେ ବ୍ୟବହାର ଜଳର ନିଜ ସାହିରେ ପରୀକ୍ଷା କରାଇପାରିବୁ ମତ ପ୍ରକାଶ କରିଥିଲେ ।
ଉପସ୍ଥିତ ସଦସ୍ୟ ଙ୍କୁ ୪ ଗୋଟି ଦଳ ରେ ବିଭକ୍ତ କରି ସେମାନ ଙ୍କ ର ଦକ୍ଷତା ଉପରେ ଆକଳନ କରାଯାଇଥିଲା ।ଏବଂ ଜଳ ର ନମୁନା ରୁ ଜଣାଗଲା କି ବାରଭୁଜା ଅଂଚଳ ର ପାଣି ର ମାନ ଅତି ନିକୃଷ୍ଟ । ତେଣୁ ଉକ୍ତ ଅଂଚଳ ର ଜଳଉତ୍ସ ର ତୁରନ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ଆବଶ୍ୟକ । ଏହା ସହ ରାଜ୍ୟ ଜଳ ପରିକ୍ଷଣ ଲାବୋ୍ରଟାରୀ ପରିଦର୍ଶନ କରି ସମସ୍ତ ବିଭାଗ ବିଷୟ ରେ ବୁଝିନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜାନୁଆରୀ ପହିଲାକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ନିବେଦନ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱରେ ଭିନ୍ନ ଭିନ୍ନ ଦିବସ ପାଳନ ହେଉଥିବା ବେଳେ ‘ପ୍ରାର୍ଥନା ଦିବସ’ ପାଳନ ହେଉନାହିଁ । ଆସନ୍ତୁ …

Leave a Reply

Your email address will not be published. Required fields are marked *