Friday , October 22 2021
Home / ବିଶେଷ / ଗଂଜାମ ପୁଲିସ ଜିଲାର ସ୍ୱତନ୍ତ୍ର ବୈଠକ

ଗଂଜାମ ପୁଲିସ ଜିଲାର ସ୍ୱତନ୍ତ୍ର ବୈଠକ

ଗଂଜାମ, ୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଏସ ପି ବି୍ରଜେସ କୁମାର ରାୟ ଙ୍କ ଅଧ୍ୟକ୍ଷତାରେ ଗଂଜାମ ପୁଲିସ ଜିଲାର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଡ଼କ ସୁରକ୍ଷା ଓ ଟ୍ରାଫିକ ନୀୟମକୁ କଡ଼ାକଡ଼ି କରିବା ପାଇଁ ଅମସ୍ତ ଥାନା ଅଧିକାରୀମାନେ ନିଜ ନିଜ ଅଂଚଳରେ ସଚେତନତା ସୃଷ୍ଟି ପାଇଁ ଏସପି ନିର୍ଦ୍ଧେଶ ଦେଇଥିଲେ । ଟ୍ରାଫିକ ନୀୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ଠାରୁ ଆଦାୟ କରାଯାଉଥିବା ଜୋରିମାନା ଅର୍ଥ ଅନଲାଇନ୍ ବା ଇ ଚାଲାଣ ରେ ଡ଼ିପୋଜିଟ ପାଇଁ ଏକ ସ୍ୱତନ୍ତ୍ର ଆପ କରାଯାଇ ବର୍ତମାନ ୬ ଟି ଥାନା ଅଂଚଳରୁ ଏହାର ଉପଯୋଗ କରାଯାଉଛି । ଅବଶିଷ୍ଟ ୧୬ ଟି ଥାନା ରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଚଡ଼ିଏଫସି ବ୍ୟାଙ୍କ ଜରିଆରେ ଅବଶିଷ୍ଟ ୧୬ ଟି ଥାନାରେ ଏହି ମେସିନ ରଖାଯିବ । ଜୋରିମାନା ଆଦାୟ ଅର୍ଥ ସିଧାସଳଖ ବ୍ୟାଙ୍କ ରେ ଜମା ହୋଇଯିବ । ଗଂଜାମ ପୁଲିସ୍ ଜିଲା ଅଧିନରେ ଥିବା ୪୩ ଟି ରେଡ଼ ଫ୍ଲାଗ ମାର୍କ ମାମଲାର ସମୀକ୍ଷା କରାଯାଇଥିଲା । ପରୀ ୩ କାର୍ଯ୍ୟକ୍ରମରେ ୪୬୦ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ।
ଏହି ସ୍ୱତନ୍ତ୍ର ବୈଠଳରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ ଓ ସୀତାରାମ ଶତପଥି, ଡ଼ିଏସପି ସାମୁଲିସ ପ୍ରଧାନ,ଡ଼ିଆଇବି ଡ଼ିଏସପି ପିକେ ଦଳାଇ,ଛତ୍ରପୁର ଏସଡ଼ିପିଓ ଉତ୍କଳ କେଶରୀ ଦାଶ,ପୁରୁଷୋତମପୁର ଏସଡ଼ିପିଓ ନିମାଇଁ ଚରଣ ସେଠୀ,ଆସିକା ଏସଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ ,ଭଂଜନଗର ଏସଡ଼ିପିଓ ସୁଭ୍ରାଂଶୁ କୁମାର ମିଶ୍ର , ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ,ସମସ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *