କେନ୍ଦ୍ରାପଡା,୨୯/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ, ଇତିହାସ, ଇଂରାଜୀ, ହିନ୍ଦି, ଜୀବବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ସମ୍ମାନ ଶ୍ରେଣୀମାନଙ୍କରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିପୁଳ ଉତ୍ସାହ ଓ ଉଲ୍ଲାସ ମଧ୍ୟରେ ସ୍ୱାଗତ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଇତିହାସ ସମ୍ମାନ ଶ୍ରେଣୀରେ ଉଦବୋଧନଦେଇ କହିଥିଲେ ଯେ ସତୁରୀ ଦଶକକୁ ରାଜନୀତି, ଇତିହାସ ଓ ଅର୍ଥନୀତିର ସମ୍ମାନ ଶ୍ରେଣୀ ରାଜକୀୟ ବିଭାଗ ରୂପେ ଗଣ୍ୟ ହେଉଥିଲା । ଏହି ବିଭାଗର ଛାତ୍ରଛାତ୍ରୀମାନେ ବହୁ ଉଚ୍ଚତାକୁ ଆରୋହଣ କରିଛନ୍ତି । ବର୍ତମାନର ଛାତ୍ରଛାତ୍ରୀମାନେ ସେହି ଗୈାରବକୁ ଅକ୍ଷୂର୍ଣ୍ଣ ରଖିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଉସôବର ଅନ୍ୟତମ ଅତିଥି କଲେଜ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀରେ ଲେଖିବା ପାଇଁ ପରାମର୍ଶ ଦେଇଥିଲେ କାରଣ ଇଂରାଜୀ ହେଉଛି ଆରୋହଣ ଓ ସଶକ୍ତିକରଣର ଭାଷା । ବିଭାଗୀୟ ମୁଖ୍ୟ ତପନ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପକ ତୁଷାରକାନ୍ତୀ ଭୂୟାଁ,ଜୟଶ୍ରୀ ଦାସ,ତଟିନୀ ତରେଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଉଚ୍ଚାକାଂକ୍ଷା ଓ ଅଧ୍ୟବସାୟ ଜାରିରଖିଲେ ଲକ୍ଷ୍ୟସ୍ଥଳରେ ପହଁଚିପାରିବେ ବୋଲି କହିଥିଲେ । ସମାଜବିଜ୍ଞାନ ସମ୍ମାନ ବିଭାଗରେ ଅନୁଷ୍ଠିତ ଉତ୍ସବରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ଧର୍ଯ୍ୟର ସହିତ ଅଧ୍ୟବସାୟ ଜାରିରଖିଲେ ସଫଳତାର ଶୀର୍ଷରେ ପହଁଚିପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା,ବିଭାଗୀୟ ଅଧ୍ୟାପିକା ଡଃ.ସୁଷମା ଶତପଥୀ, ଡଃ.ସରୋଜିନୀ ମହାପାତ୍ର, ମଧୁସ୍ମିତା ସିଂ, ମୀନତୀ କାଣ୍ଡି,ଅନ୍ୱେଷା ମହାଭୋଇ ଓ ସାଇନାଜ ଖାତୁନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷୟତ କାମନା କରିଥିଲେ । ଇଂରାଜୀ ବିଭାଗରେ ସଭାପତିତ୍ୱ କରିଥିଲେ ବିଭାଗୀୟମୁଖ୍ୟ ସେକ ସାହାବୁଦ୍ଧିନ ଅଲ୍ଲୀ ଓ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠ ଏବଂ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ତ୍ରିଲୋଚନ ପ୍ରଧାନ, କ୍ୟାପଟେନ ମନୋରଞ୍ଜନ ମହାନ୍ତି, ଆଶୁତୋଷ ଶତପଥୀ, ପ୍ରଭାମୟୀ ସାମନ୍ତରାୟ, ଅଚୁ୍ୟତାନନ୍ଦ ମହାରଣା, ପୂର୍ବାଶା ପ୍ରିୟଦର୍ଶିନୀ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ହିନ୍ଦି ବିଭାଗର ମୁଖ୍ୟ ଏସ.କେ. ହବୀବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠ ଓ ବିଭାଗୀୟ ଅଧ୍ୟାପିକା ଡଃ.ପ୍ରୀତିରେଖା ସ୍ୱାଇଁ ପରିଚାଳନା କରିଥିଲେ । ସେହିପରି ଜୀବବିଜ୍ଞାନ ବିଭାଗ ମୁଖ୍ୟ ଡଃ.ଗୈାରପ୍ରସାଦ ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ବିଭାଗମୁଖ୍ୟ ଡଃ.ବୈରାଗୀଚରଣ ବେହେରା ଓ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀ । ଅଧ୍ୟାପିକା ସୁଚିସ୍ମିତା ବେହେରା,ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଉଦ୍ଭିଦବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ନମିତା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା । ପ୍ରାଧ୍ୟାପକ ମାୟା ପ୍ରସନ୍ନ ତ୍ରିପାଠୀ,ଅଧ୍ୟାପକ ଡଃ.ଗୈାତମ ଚନ୍ଦ୍ର ଦାସ,ମୋନାଲିସା ସିଂ,କାନନ ବିହାରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସହ ଉସôବ ପରିଚାଳନା କରିଥିଲେ । ଉପରୋକ୍ତ ବିଭାଗ ଗୁଡିକର ସ୍ୱାଗତଉସôବ ଆନନ୍ଦ,ଉଲ୍ଲାସ ଓ ଉଦ୍ଧିପନା ମଧ୍ୟରେ ସମାପ୍ତ ହୋଇଥିଲା । ପରଷ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସହିତ ଏହା ଭାଇଚାରାର ଏକ ଦୃଢ ଭିତି ସ୍ଥାପନ କରିଥିଲା । ଓଡ଼ିଶା ସମାଚାର