Thursday , October 21 2021
Breaking News
Home / ରାଜନୀତି / ଓଡ଼ିଶାର ପାରାଦୀପ, ଭୁବନେଶ୍ୱର ଓ ବରଗଡ଼ରେ ୩ଟି ମେଡିକାଲ କଲେଜ ସ୍ଥାପନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଦାବି

ଓଡ଼ିଶାର ପାରାଦୀପ, ଭୁବନେଶ୍ୱର ଓ ବରଗଡ଼ରେ ୩ଟି ମେଡିକାଲ କଲେଜ ସ୍ଥାପନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦେଶରେ ୭୫ ମେଡିକାଲ୍ କଲେଜ ଖୋଲାଯାଇ ୧୫ହଜାର ୭୦୦ ପିଲାଙ୍କୁ ମେଡିକାଲ୍ ଶିକ୍ଷା ଦିଆଯିବା ପାଇଁ ଆଜି ନିଷ୍ପତିି ହୋଇଛି । ଏଥିରେ ୨୪ହଜାର ୭୭୫ କୋଟି ଟଙ୍କା ଖର୍ଚ୍ଚ ହେବାର ନିଷ୍ପତି ମଧ୍ୟ ଗ୍ରହଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ୩ଟି ମେଡିକାଲ୍ କଲେଜ କେନ୍ଦ୍ରୀୟ ଅନୁଦାନରେ ଖୋଲିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ଏ ସଂକ୍ରାନ୍ତରେ ପାର୍ଟିର ରାଜ୍ୟସଭାପତି ରବି ବେହେରା ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହି ପତ୍ରରେ ସେ ଦର୍ଶାଇଛନ୍ତି ଯେ, ପାରାଦ୍ୱୀପ ହେଉଛି ଓଡ଼ିଶାର ଏକ ପ୍ରମୁଖ ଶିଳ୍ପାଂଚଳ । ପାରାଦୀପଠାରେ ବନ୍ଦର, ଭାରତୀୟ ତୈଳ ନିଗମ ପ୍ରତିଷ୍ଠାନ ରହିଛି । କିନ୍ତୁ ମେଡିକାଲ୍ ଚିକିତ୍ସା ପାଇଁ ଏହାକୁ ଶ୍ରୀରାମଚନ୍ଦ୍ର ମେଡିକାଲ୍ କଲେଜ, କଟକ ଉପରେ ନିର୍ଭର କରିବାକୁ ପଡ଼େ । ଯାହାକି ଏଠାରୁ ୯୦ କି.ମି. ଦୂର । ତେଣୁ ପାରାଦ୍ୱୀପଠାରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେଲେ ଜଗତ୍ସିଂହପୁର – କେନ୍ଦ୍ରାପଡ଼ାର ୪୦ ଲକ୍ଷ ଲୋକ ଚିକିତ୍ସା ସୁବିଧା ପାଇପାରିବେ । ସେହିଭଳି ରାଜଧାନୀ ଭୁବନେଶ୍ୱର, କ୍ୟାପିଟାଲ୍ ହସ୍ପିଟାଲ୍କୁ ଏକ ମେଡିକାଲ୍ କଲେଜକୁ ଉନ୍ନିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଉତର-ପଶ୍ଚିମାଂଚଳର ଏକ ପ୍ରମୁଖ ଜିଲ୍ଲା ହେଉଛି ବରଗଡ଼ । ଏଠାରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେଲେ ବରଗଡ଼ ଜିଲ୍ଲା ସମେତ ସମ୍ବଲପୁର, ଝାରସୁଗୁଡାର କେତେକ ଅଂଚଳ ଏବଂ ଛତିଶଗଡ଼ର ପୂର୍ବାଂଚଳର ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବେହେରା ଏହି ପତ୍ରରେ ଦର୍ଶାଇଛନ୍ତି । ଏହାକୁ ଆଖି ଆଗରେ ରଖି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଵୁ ଆଶାୟୀ ଧରାଶାୟୀ,କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଵେ ବିଷ୍ଣୁପ୍ରିୟା

କଟକ ସଦର, ୧୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପଛୁଆବର୍ଗ ମହିଳାଙ୍କ ପାଇଁ …

Leave a Reply

Your email address will not be published. Required fields are marked *