Sunday , October 17 2021
Breaking News
Home / ବିଶେଷ / ଓଡିଶାକୁ ସର୍ବାଧିକ କାମ୍ପା ଫଣ୍ଡ ସହାୟତା ରାଶି

ଓଡିଶାକୁ ସର୍ବାଧିକ କାମ୍ପା ଫଣ୍ଡ ସହାୟତା ରାଶି

ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ବନୀକରଣ ପାଇଁ କେନ୍ଦ୍ର ସରକାର କାମ୍ପା ଫଣ୍ଡରୁ ଓଡିଶାକୁ ସର୍ବାଧିକ ୫୯୩୩.୯୮ କୋଟି ଟଙ୍କା ଆର୍ଥିକ ସହୟତାକୁ ମଞ୍ଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ କାମ୍ପା ଫଣ୍ଡରୁ ମିଳିଥିବା ଏହି ଅର୍ଥରେ ରାଜ୍ୟରେ ଅଧିକ ଗଛ ଲଗାଯାଇ ଓଡିଶାର ସବୁଜବଳୟକୁ ବୃଦ୍ଧି କରାଯାଇପାରିବ । ଏହାସହ ଏକ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ଗଢିବା ଏବଂ ଓଡିଶାର ଜୈବବିବିଧତାକୁ ସଂରକ୍ଷିତ କରିବାରେ ଏହି ଅର୍ଥ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *