Wednesday , December 8 2021
Home / ବିଶେଷ / ଉଦ୍ୟାନ କୃଷି ବୈଜ୍ଞାନିକ ଡଃ ସିଦ୍ଧାର୍ଥ କର ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ

ଉଦ୍ୟାନ କୃଷି ବୈଜ୍ଞାନିକ ଡଃ ସିଦ୍ଧାର୍ଥ କର ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଭାରତର ରାଜଧାନୀ ନୂଆଦିଲ୍ଲୀ ଠାରେ ଗତ ଅଗଷ୍ଟ ୨୪ ତାରିଖରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଶିକ୍ଷା ବ୍ୟକ୍ତିତ୍ୱ ପୁରସ୍କାର ସମ୍ମିଳନୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ କୃଷି ବିଜ୍ଞାନ କେନ୍ଦ୍ର , କନ୍ଧମାଳ ର ବୈଜ୍ଞାନିକ ଡ଼ଃ ସିଦ୍ଧାର୍ଥ କର ( ଉଦ୍ୟାନ କୃଷି ) ପୁରସ୍କୃତ ହୋଇଛନ୍ତି । ଡ଼ଃ ସିଦ୍ଧାର୍ଥ କରଙ୍କୁ ସାମାଜୀକ ସ୍ତରରେ ଶିକ୍ଷାର ଅବଦାନ ଓ ଆନ୍ତର୍ଜାତୀୟ ସ୍ତରରେ ଚୟନ ହୋଇଥିବା ଶ୍ୟେଷ୍ଠ ୧୦ ଜଣ ପ୍ରାଧ୍ୟାପକ ମଧ୍ୟରେ ଜଣେ ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଛି । ତାଙ୍କ ମତରେ ଶିକ୍ଷା ଏକ ମଂଜି ସଦୃଶ ଓ ଶିକ୍ଷକ ହେଲେ ମଂଜିକୁ ଗଛ ଓ ପରବର୍ତୀ କାଳରେ ଅମଳକ୍ଷମ ପାଇଁ ଚାବିକାଠି । ଉକ୍ତ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷାର ଉଦ୍ଭାବକୀୟ କୌଶଳ ସମ୍ବନ୍ଧରେ ଟେକପ୍ରୋଲାବଜ୍ ଦ୍ୱାରା ଆମନ୍ତ୍ରୀତ ଅତିଥି ମାନଙ୍କ ମଧ୍ୟରେ ସୁଶ୍ରୀ ମାରିଆ ଲୋପେଜ , ଆନ୍ତର୍ଜାତୀୟ ଶିକ୍ଷାବିତ , ସ୍ପେନ୍ , ଶ୍ରୀଯୁକ୍ତ ଅମଲ ମହମ୍ମଦ ସଇଦ ଏମ୍ବାସି ,ଫେଡ଼େରାଲ ରିପବ୍ଲିକ୍ , ସୋମାଲିଆ, ଶ୍ରୀଯୁକ୍ତ ଆରନ୍ ନୁଆମାହ ସିନଟିମ୍ ,ସମ୍ପାଦକ ଘାନା ହାଇକମିଶନ୍ ,ଆଭେଲୋ ରଏ , ମୁଖ୍ୟ ପରିଚାଳକ ଇଇଇ ଡ଼ଟ୍ ଏଚକେ ସାରଦାନା, ମୁଖ୍ୟ ବୈଜ୍ଞାନିକ ,ସିଏସଆଇଓ ଚଣ୍ଡିଗଡ଼ , ଭିଭେକ ନନ୍ଦପ୍ରସାଦ ,ଟେକପ୍ରୋଲାବନ ,ମନିଶା ଜିନ୍ଦଲ,ସିଇଓ ,ହୋଭର ରୋକଟିକ୍ସ ,ନାନମି ଜୁନେଜା , ବିଶାଲ ଗୁପ୍ତା ,ଜିଆଫୁଟେଲା,ଡ଼ଃ ମାଲାସେନ୍ ଗୁପ୍ତା,ଅଭିନନ୍ଦନ ସିଂ,ଡ଼ଃ ଉମେଶ ଗୁଜର,ବିନୋଦ ଫୁଟେଲା ,ଡ଼ଃ ମାନଭପ୍ରିତ କୌର , ଡ଼ଃ ହରିଶ ଚୌଧୁରୀ ,ଡ଼ିନ୍ , ଆରଆଇଟି ନୂଆଦିଲ୍ଲୀ ଏବଂ ମୁଖ୍ୟ ଅତିଥି ଭାବରେ ଡ଼ାନିଏଲ ଛୁବରୁ , ଆମ୍ବାସାଡ଼ାର ଆର୍ଜେଂଟିନା ରିପବ୍ଲିକ୍ ଓ ବିଭିନ୍ନ ରାଜ୍ୟ ଓ ବିଦେଶର ପ୍ରଧ୍ୟାପକ, ଅଧ୍ୟାପକ ଓ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଡ଼ଃ ସିଦ୍ଧାର୍ଥ କରଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାର ବର୍ଗ ତଥା ଶୁଭ ଚିନ୍ତକ ମାନଙ୍କ ପ୍ରସଂଶା ବିଭିନ୍ନ ସୋସିଆଲ ମିଡ଼ିଆ ଓ ଫୋନ୍ ମାଧ୍ୟମରେ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *