ବାଙ୍ଗୁରୁ ଶିକ୍ଷାସଦନ ମଳିପଡାରେ ସ୍ୱଛତା ପକ୍ଷ ଓ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନିରାକାରପୁର, ୨୮/୦୮/୨୦୧୯(ଓଡ଼ିଶା ସମାଚାର)- ସୁସ୍ଥ ଓ ସୁନ୍ଦର ପରିବେଶ ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି । ଗଛ ନିଜେ ବଂଚେ ନାହିଁ ସମସ୍ତଙ୍କୁ ବଂଚାଇଥାଏ । ମଣିଷ ଜୀବନର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ବୃକ୍ଷର ଆବଶ୍ୟକତା ରହିଅଛି । ବୃକ୍ଷ ମଣିଷ ମାନଙ୍କ ମଧ୍ୟରେ ଭେଦଭାବ ଦେଖିନଥାଏ । ଗୋଟିଏ ବୃକ୍ଷ ତାର ଜୀବନ କାଳ ମଧ୍ୟରେ ୧୭ଲକ୍ଷ୍ୟ ଟଙ୍କା ଠାରୁ ଅଧିକ ଅମ୍ଳଜାନ ପ୍ରାଦାନ କରିବା ସହିତ ଭୂତଳ ଜଳସ୍ତର ସମତୁଲ ରଖିଥାଏ । ତେଣୁ ବୃକ୍ଷର ଦାନ ସମାଜ ପାଇଁ ଅତୁଳନୀୟ ବୋଲି ବାଙ୍ଗୁରୁ ଶିକ୍ଷାସଦନ ମଳିପଡା ପରିସରରରେ ଆଇଓସିଏଲ ଦ୍ୱାରା ଅନୁଷ୍ଠିତ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ଗାୟତ୍ରୀ ସାମନ୍ତରାୟ ମତବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ଡ.ଗୈାରହରି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଆଇଓସିଏଲର ଉପ ପ୍ରବନ୍ଧକ ଉପେନ୍ଦ୍ର କୁମାର ମେହେନ୍ତ, ରାହୁଲୁ ରାଜ, ସୁଜିତ୍ ଗୁପ୍ତା,ସମାଜସେବୀ କାଳୁଚରଣ ଖଣ୍ଡଇତରାୟ, ପରିବେଶ ବିତ୍ ଧନେଶ୍ୱର ବିଧାର, ବ୍ଲକ ଶିକ୍ଷାଅଧିକାରୀ ବୈଦ୍ୟନାଥ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରକାସ ମାନଧାତା, ମଳିପଡା ମଠାଧିଶ ଅନନ୍ତ ନାରାୟଣ ଦେବାଚାର୍ଯ୍ୟ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷ ମଣିଷର ପ୍ରକୃତ ବନ୍ଧୁ । ପ୍ରତ୍ୟେକ ମଣିଷ ବୃକ୍ଷରୋପଣ କରିବା କଥା । ଖାଲି ରୋପଣ କରିଦେଲେ ହେବ ନାହିଁ ବୃକ୍ଷକୁ ଜନ୍ନନେଇ ତାକୁ ପଳିବାକୁ ପଡିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୃକ୍ଷ ମଣିଷର ପରମ ବନ୍ଧୁ ,ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ୩୦୦ସହରୁ ଉର୍ଦ୍ଧ ଔଷଧୀୟ ଓ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଉପସ୍ଥିତ ରହି ସାମୁହିକ ଭାବେ ବୃକ୍ଷରୋପଣ କରିଥିଲେ । ଆୟୋସିଏଲର ସହାୟକ ଅନୁଭବ ଦାଶ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ଚମ୍ପତିରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର