ରାୟଗଡା,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଦ୍ୱାରା ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଅଛି । ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୋଜନା ଅଧିକାରୀ ଭାସ୍କର ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଷ୍ଟାଟିସକାଲ ଅଧିକାରୀ ପ୍ରତିବନ୍ଧନ ସେଠୀ, ଯୁଧିଷ୍ଟର ଶବର, ସୁଗ୍ରୀଜିତ୍ ବିଶ୍ୱାଳ ଏବଂ ସଂଯ୍ଧେକ୍ସଳ ଶ୍ରୀକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ଭାଷଣ ସଂଯୋଜକ ଶ୍ରୀକାନ୍ତ ପାତ୍ର ପ୍ରକାଶ କରିଥିଲେ ଯେ କିପରି ରାୟଗଡା ଜିଲ୍ଲାରେ ସ୍ତପମ ଆର୍ଥକ ଜନଗଣନାର କାର୍ଯ୍ୟକ୍ଷମ କରିବା ଏବଂ ଏଥିନିମନ୍ତେ ୨୧୭ ଜଣ ପର୍ଯ୍ୟବେକ୍ଷକଙ୍କ ସହ ୭୦୦ ଜଣ କୁଶଳୀ ଗଣନାକାରୀଙ୍କୁ ନିଯୁକ୍ତି ଦିଆଯାଇଛିା ମୋବାଇଲ ଫୋନରେ ଲୋଡ କରାଯାଇଥିବା ଏକ ସଫ୍ଟୱେର ଦ୍ୱାରା ଏହି ସପ୍ତମ ଆର୍ଥିକ ଜନଗଣନା କାର୍ଯ୍ୟ ଆରମ୍ଭ ହେବ । ଘର ଘର ବୁଲି ଏହି ସର୍ଭେ କାଯ୍ୟ ଜାରୀ ରହିବ । ଘରୁ ସଂଗ୍ରହ କରାଯାଉଥିବା ପରିବାର ସଦସ୍ୟଙ୍କ ବିବିରଣୀ ଯେପରି ବାହାରେ ପ୍ରକାଶ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ସଂସ୍ଥାର ସଂଯୋଜକ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଆର୍ଥିକ ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପରେ ଏହାକୁ ସରକାରଙ୍କ ଦ୍ୱାରା ପ୍ରକାଶ କରାଯିବ ବୋଲି ସଂସ୍ଥା ସୂତ୍ରରୁ ପ୍ରକାଶ । ଏହି ଆର୍ଥିକ ଜନଗଣନା କାର୍ଯ୍ୟ ରାୟଗଡା ଜିଲ୍ଲା ସମତେ ସାରା ଓଡିଶାରେ ଆରମ୍ଭ ହୋଇଛି । ଓଡ଼ିଶା ସମାଚାର