ଗରଦପୁର,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଶଙ୍କରଭୋଳ ରେ ରାତି ପ୍ରାୟ ୩ ଟା ବେଳେ କେଳୁ ଲେଙ୍କାଙ୍କ ୨ ବଖରା ଘର ପୋଡ଼ିଯାଇଛି । ଘର ବାହାପଟେ ଥିବା ଚାଳ ଛପର ରୋଷେଇଘର ଓ ଗୁହାଳ ଘର ପୋଡ଼ିଯାଇଛି । ଗ୍ରାମବାସୀ ଲାଗି ନିଆଁ ଲିଭାଇଥିଲେ ହେଁ ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । ଖବର ପାଇ ଦମକଳ ବାହିନୀ ଆସିଥିଲେ ମଧ୍ୟ ରାସ୍ତାରେ ବିଦ୍ୟୁତ ତାର ଓହଳି ଥିବାରୁ ଦମକଳ ଗାଡ଼ି ଯାଇପାରିନଥିଲା । ଓଡ଼ିଶା ସମାଚାର