Tuesday , January 18 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ମିନିଟ୍ରକ୍ ଧକା ରେ ବାପ ଓ ୨ ପୁଅ ଙ୍କ ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ମିନିଟ୍ରକ୍ ଧକା ରେ ବାପ ଓ ୨ ପୁଅ ଙ୍କ ମୃତ୍ୟୁ

ଖୋର୍ଦ୍ଧା , ୨୮/୦୮/୨୦୧୯(ଓଡ଼ିଶା ସମାଚାର)- ମଙ୍ଗଳବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ବାପ ଓ ୨ ପୁଅଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଖୋର୍ଦ୍ଧା ମାଳିପଡ଼ାର କୃଷ୍ଣ ଚନ୍ଦ୍ର ପାତାଳସିଂ ଓ ତାଙ୍କ ଦୁଇ ପୁଅ ବିକ୍ରମ ଓ ସଂଜୟ ଏକ ବାଇକ୍ ରେ ଭରବଙ୍କନଶ୍ୱରରୁ ଖୋଦ୍ଧା ମାଳିପଡ଼ା ତାଙ୍କ ଘରକୁ ଫେରୁଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ ନିକଟରେ ଏକ ମିନିଟ୍ରକ ଧକା ଦେବା ଫଳରେ ଦୁର୍ଘଟଣାସ୍ଥଳରେ ବାପ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଗୁରୁର ଆହତ ଦୁଇ ପୁଅଙ୍କୁ ହସପିଟାଲ ରେ ଭର୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ସମ୍ପୃକ୍ତ ମନିଟ୍ରକ ଓ ବାଇକ୍ ଜବତ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାସ୍ଥଳରୁ ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ଗୁରୁତର ଆହତ

ବାଲିଗୁଡା,୧୬/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ରବିବାର ସନ୍ଧ୍ୟାରେ ଦୁଇ  ବାଇକ୍ ମୁହାଁ ମୁହିଁ …

Leave a Reply

Your email address will not be published. Required fields are marked *