ମାଲକାକାନାଗିରି,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ବଢ଼ି ଭୋର ରେ ମାଲକାନାଗିରି ବଣ୍ଡା ଘାଟି ସ୍ୱାଭିମାନ ଅଂଚଳ ଖବରିପୁଟ ର କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବର୍ତମାନ ସୁଦ୍ଧା ଗୁଳି ବିନିମୟ ଚାଲିଛି । ତେବେ ମାଓବାଦୀଙ୍କ ଗୁଳି ରେ ଜଣେ ଡ଼ିଭିଏଫ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଅନ୍ୟପକ୍ଷରେ ଜଣେ ମାଓବାଦୀଙ୍କର ମୃତ୍ୟୁ ହୋଇଛି ଓ ସେଠାରୁ ବନ୍ଧୁକ, ଗୁଳି ଗୋଳା ଜବତ ହୋଇଥିବା ଖବର ମିଳିଛି । ସଠିକ ଖବର ହସ୍ତଗତ ହୋଇନାହିଁ । ଓଡ଼ିଶା ସମାଚାର