Wednesday , January 26 2022
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ନାବାଳିକା ଦୁଷ୍କର୍ମ ହତ୍ୟାକାରୀକୁ ଫାସି ଦଣ୍ଡାଦେଶ

ସଂକ୍ଷେପରେ ତାଜା ଖବର : ନାବାଳିକା ଦୁଷ୍କର୍ମ ହତ୍ୟାକାରୀକୁ ଫାସି ଦଣ୍ଡାଦେଶ

ବାରିପଦା,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ଜଣେ ନାବାଳିକା ଦୁଷ୍କର୍ମ ହତ୍ୟାକାରୀକୁ ଫାସି ଦଣ୍ଡାଦେଶ ଶୁଣାଇଛନ୍ତି ଏଡ଼ିଜେ । ମିଳିଥିବା ତାଜା ସୂଚନା ଅନୁସାରେ ଗତ ୧୬ ଜୁନ୍ ୨୦୧୮ ତାରିଖରେ ମୟୁରଭଂଜ ବେତନଟୀ ଥାନା ଗଉଡ଼ବସା ଗାଁ ରେ ଏହି ଘଟଣା ଘଟିଥିଲା । ଜଣେ ନାବାଳିକା କୁ ଜାମିନୀକାନ୍ତ ମହନ୍ତ ନାମକ ଯୁବକ ଉଚ୍ଚ ଦୋଳି ଦେଖାଇବା ଓ ସାଇକେଲ ସିଖେଇଦେବାକୁ କହି ତାକୁ ନେଇ ଜଙ୍ଗଲ ରେ ଦୁଷ୍କର୍ମ କରି ହତ୍ୟା କରି ପକାଇଦେଇଥିଲା । ପରଦିନ ନାବାଳିକା ଝିଅଟିର ମୃତ ଦେହ ପଖେ ଜଙ୍ଗଲରୁ ମିଳିଥିଲା । ଝିଅଟିକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇ ପକାଇ ଦିଆଯାଇଥିବା ଜଚ୍ଚାପଡ଼ିଥିଲା । ପରେ ଜାମିନୀକାନ୍ତ ମହନ୍ତ ନାମକ ଯୁବକକୁ ଗିରଫ କରାଯାଇଥିଲା । ଏହି ଘଟଣାର ଚାର୍ଜସିଟ ୧୭ ଦିନରେ ଦିଆଯାଇଥିଲା । ମାମଲାର ବିଚାର କରି ତାକୁ ଫାସି ଦଣ୍ଡାଦେଶ ମିଳିଛି । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *