କଟକ ,୨୮/୦୮/୨୦୧୯(ଓଡ଼ିଶା ସମାଚାର)- କଟକ ସଦର ଥାନା ଅଂଚଳରେ ଏକ ନକଲି ଖାଇବା ତେଲ କାରଖାନା ଠାବ କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ କଟକ ସଦର ଥାନା ଫୁଲନଖରା ବମ୍ଫକୁଦ ଠାରେ ଏକ ନକଲି ଖାଇବା ତେଲ କାରଖାନା ଚାଲୁଥିବା ଖବର ପାଇ ସେଠାରେ ପୋଲିସ ଚଢ଼ାଉ କରିଥିଲା । ରୁଚି ଗୋଲ୍ଡ ଭଳି ଖୁସି ଗୋଲ୍ଡ ନାମରେ ଲୋଗୋ ବ୍ୟବହାର କରାଯାଇ ନକଲି ଖାଇବା ତେଲ ପ୍ୟାକ୍ କରାଯାଇ କଯକ, ଭୁବନେଶ୍ୱର ସମେତ ଢ଼େଙ୍କାନାଳ, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ବିଭିନ୍ନ ସହରର ବଜାରକୁ ଗାଡ଼ି ଯୋଗେ ଏହି ନକଲି ଖାଇବା ତେଲ କାରଖାନା ଯୋଗାଣ କରାଯାଉଥିଲା । ଚଢ଼ାଉ ସମୟରେ ୩୦ ହଜାର ନକଲି ଖାଇବା ତେଲ ଜବତ କରାଯିବା ସହ ଏକ ଟ୍ରକ୍ ମଧ୍ୟ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଜଣ ଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି । ଓଡ଼ିଶା ସମାଚାର
