ଭୁବନେଶ୍ୱର,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇଂଟରନ୍ୟାସାନଲ କନଭେନସନ ହଲ୍ରେ ଡ଼ିଷ୍ଟି୍ରକ୍ଟ ୩୨୬୨ର ୨୦୧୮-୧୯ ବର୍ଷର ସମ୍ମାନ ଉତ୍ସବ ଅଭିନନ୍ଦନ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଡ଼ିଷ୍ଟି୍ରକ୍ଟ ୩୨୬୨ ତରଫରୁ ୨୦୧୮-୧୯ ବର୍ଷ ପାଇଁ ରୋଟାରୀ କ୍ଲବ ଭୁବନେଶ୍ୱର ସେଂଟିନିଆଲକୁ ପ୍ଲାଟିନମ କ୍ଲବର ମାନ୍ୟତା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଆଇପିଡ଼ିଜି ରୋଟାରୀୟାନ ଭବାନୀ ପ୍ରସାଦ ଚୌଧୁରୀ ଜିଲ୍ଲାର ବିଭିନ୍ନ କ୍ଲବମାନଙ୍କୁ ସମ୍ମାନିତ କରିଥିଲେ । ଏଥିସହିତ ଡ଼ିଜି ରୋଟାରୀୟାନ ଦେବାଶିଷ ମିଶ୍ର, ଡ଼ିଜିଇ ରୋଟାରିୟାନ ସୌମ୍ୟ ମିଶ୍ର, ଡ଼ିଜିଏନ୍ ରୋଟାରୀୟାନ ଶାନ୍ତନୁ ପାଣି, ପିଡ଼ିଜି ରୋଟାରୀୟାନ ଶିବବ୍ରତ ଦାସ, ପିଡ଼ିଜି ରୋଟାରୀୟାନ ରବି ନନ୍ଦ, ପିଡ଼ିଜି ରୋଟାରୀୟାନ ନାରାୟଣ ମିଶ୍ର, ପିଡ଼ିଜି ରୋଟାରୀୟାନ ଦିଲ୍ଳୀପ ପଟ୍ଟନାୟକ, ଆୱାର୍ଡ଼ କମିଟି ଚେୟାରମ୍ୟାନ ଗିରିଜା ପାଣି ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କ୍ଲବକୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କ୍ଲବର କର୍ମକର୍ତା ଶୁଭକାନ୍ତ ସାମନ୍ତସିଂହାର, ଶିଶିର ମହାପାତ୍ର, ସାକ୍ୟସିଂ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ଦାସ, ଅଜିତ ପାଢୀ, ଭି.କେ. ପାଟ୍ଟଯୋଶୀ, ରମେଶ ସାହୁ, ରଣଜିତ୍ ସାମନ୍ତରାୟ, ରୂପକ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ପ୍ରଭାତ ମହାନ୍ତି ଏବଂ ସୁଧାକର ପତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର