Friday , October 29 2021
Home / ବିଶେଷ / ମାଲକାନାଗିରି କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗୁଳି ରେ ଜଣେ ଡ଼ିଭିଏଫ୍ ସହିଦ ଓ ଜଣେ ଯବାନ ଗୁରୁତର ଆହତ , ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ମୃତ –ଏକେ ୪୭ ବନ୍ଧୁକ ଓ ଗୁଳି ଗୋଳା ଜବତ

ମାଲକାନାଗିରି କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗୁଳି ରେ ଜଣେ ଡ଼ିଭିଏଫ୍ ସହିଦ ଓ ଜଣେ ଯବାନ ଗୁରୁତର ଆହତ , ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ମୃତ –ଏକେ ୪୭ ବନ୍ଧୁକ ଓ ଗୁଳି ଗୋଳା ଜବତ

ମାଲକାକାନାଗିରି,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ବଢ଼ି ଭୋର ରେ ମାଲକାନାଗିରି ବଣ୍ଡା ଘାଟି ସ୍ୱାଭିମାନ ଅଂଚଳ ଖବରିପୁଟ ର କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ମାଓବାଦୀ ଓ  ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ  ମାଓବାଦୀଙ୍କ ଗୁଳି ରେ ଜଣେ ଡ଼ିଭିଏଫ ସହିଦ ହୋଇଥିବାବେଳେ  ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି  । ଅନ୍ୟପକ୍ଷରେ ଜଣେ ଦୁର୍ଦ୍ଧାନ୍ତ ମାଓବାଦୀଙ୍କର ମୃତ୍ୟୁ ହୋଇଛି ଓ ସେଠାରୁ ଏକେ ୪୭ ବନ୍ଧୁକ, ବନ୍ଧୁକ, ଗୁଳି ଗୋଳା ଜବତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ସହିଦ ହୋଇଥିବା ଡ଼ିଭିଏଫ ଙ୍କ ନାମ ଜୟରାମ କାବାସି ଓ ଆହତ ଯବାନଙ୍କ ନାମ ରାମ ଦୁରୁଆ । ରାମ ତୁରୁଆଙ୍କୁ ସ୍ୱତନ୍ତ୍ର ହେଲିକପଟର ଯୋଗେ ବିଶାଖାପାଟଣା ଚିକିତ୍ସା ପାଇଁ ନିଆଯାଇଛି । ସହିଦ ଡ଼ିଭିଏଫ ଙ୍କ ମୃତ ଦେହ ତାଙ୍କ ନିଜ ଗ୍ରାମରେ ଶୋକାକୂଳ ପରିବେଷରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ଏସପି, ଡ଼ିଆଇଜି ପ୍ରମୁଖ ଉପସ୍ଥିତ ଥିଲେ ।

ସହିଦ ଡ଼ିଭିଏଫ ଜୟରାମ କାବାସି

ଦୁର୍ଦ୍ଧାନ୍ତ ମାଓବାଦୀଙ୍କ ମୃତ ଦେହ ଜବତ ହେବା ସହ ଚିହ୍ନଟ ହୋଇଛି । ମୃତ ଦୁର୍ଦ୍ଧାନ୍ତ ମାଓବାଦୀ ହେଉଛନ୍ତି ରାକେଶ ସୋଡ଼ି । ତାଙ୍କ ଘର ଛତିଶଗଡ଼ ସୁକୁମା ର ଘଟାପାଡ଼ ଅଂଚଳରେ । ସେ ଜଣେ ଦୁର୍ଦ୍ଧାନ୍ତ ମାସବାଦୀ । ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଓଡ଼ିଶା ଓ ଛତିଶଗଡ଼ ର ବହୁ ମାଓବାଦୀ ତାଣ୍ଡବରେ ସମ୍ପୃକ୍ତ ଥିଲେ । ତେଣୁ ରାକେଶ କୁ ମୃତ ଅବସ୍ଥାରେ ପାଇ ଓଡ଼ିଶା ପୋଲିସ୍ ର ଏକ ବଡ଼ ସଫଳତା ବୋଲି ଡ଼ିଜିପି ବିଜୟ କୁମାର ଶର୍ମା କହିଛନ୍ତି । ଅଧିକ ମାଓବାଦୀ ମୃତ୍ୟୁ ବରଣ କରିଥିବା ସନ୍ଦେହ କରି ବର୍ତମାନ ସୁଦ୍ଧା ସର୍ଚ ଅପରେସନ୍ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *