Friday , May 27 2022
Breaking News
Home / ସ୍ୱାସ୍ଥ୍ୟ / ମାତୃ ଓ ଶିଶୁମୃତୁ୍ୟ ହ୍ରାସ ନିମନ୍ତେ ସମ୍ପୂର୍ଣ୍ଣାକୁ ଅଧିକ କ୍ରିୟାଶୀଳ କରାଯିବ

ମାତୃ ଓ ଶିଶୁମୃତୁ୍ୟ ହ୍ରାସ ନିମନ୍ତେ ସମ୍ପୂର୍ଣ୍ଣାକୁ ଅଧିକ କ୍ରିୟାଶୀଳ କରାଯିବ

କମିଟି ଗଠନ ସହିତ ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ
ଭୁବନେଶ୍ୱର,୨୮/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଧେଶ ଦେଇଛନ୍ତି । ଏଥିପାଇଁ ଏକ କମିଟି ଗଠନ ସହିତ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଶିଶୁ ଓ ମାତୃ ମୃତୁ୍ୟ ହ୍ରାସ ହ୍ରାସ ନେଇ ଆଜି ହୋଇଥିବା ସମୀକ୍ଷା ବୈଠକରୁ ଏହା ଜଣାଯାଇଛି । ବୈଠକର ସୂଚନା ଅନୁଯାୟୀ ଦ୍ୱାଦଶ ପଂଚବାର୍ଷିକ ଯୋଜନା ସମୟରେ ଏହି ମୃତୁ୍ୟହାର ହ୍ରାସ ଲାଗି ଯେଉଁ ଲକ୍ଷ୍ୟ ଦିଆଯାଇଥିଲା ତାହା ହାସଲ ହୋଇଥିଲେ ମଧ୍ୟ ଯୋଜନାକୁ ଅଧିକ କ୍ରିୟାଶୀଳ କରି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପହଂଚାଇବାପାଇଁ ମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ ୨୦୧୧-୧୩ ବର୍ଷରେ ରାଜ୍ୟରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କ ମଧ୍ୟରୁ ୨୨୨ ଜଣ ମୃତୁ୍ୟବରଣ କରୁଥିବାବେଳେ ୨୦୧୪-୧୬ ସୁଦ୍ଧା ତାହା ୧୮୦କୁ ହ୍ରାସ ପାଇଛି । ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ ଏହାକୁ ୧୧୭ ଓ ୨୦୩୦ ସୁଦ୍ଧା ୭୦ରେ ପହଂଚାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସେହିଭଳି ୨୦୧୧-୧୩ରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୫୧ ଜଣ ମୃତୁ୍ୟମୁଖରେ ପଡୁଥିବାବେଳେ ୨୦୧୭ ରେ ତାହା ୪୧ରେ ପହଂଚିିଛି । ତେବେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ୩୦କୁ ହ୍ରାସ କରିବାଲାଗି ଲକ୍ଷ୍ୟ ରହିଛି ।
ସର୍ବଭାରତୀୟ ସ୍ତରରେ ମାତୃମୃତୁ୍ୟହାର ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଓଡିଶାରେ ମଧ୍ୟ ଏହି ହାର ଜାତୀୟ ସ୍ତର ସହିତ ତାଳ ଦେଇ ହ୍ରାସ ପାଇବାରେ ଲାଗିଛି । ଅନୁରୂପ ଭାବେ ନବଜାତଙ୍କ ମୃତୁ୍ୟହାର ହ୍ରାସ କ୍ଷେତ୍ରରେ ମଧ୍ୟ ଓଡିଶା ସର୍ବଭାରତୀୟ ହାରର ପାଖାପାଖି ରହିଛି । ୨୦୧୭ ସୁଦ୍ଧା ଜାତୀୟ ସ୍ତରରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୩୩ ଜଣ ମରୁଥିବାବେଳେ ଓଡିଶାରେ ଏହା ଦ୍ରୁତ ଗତିରେ ହ୍ରାସପାଇ ୪୧ ରହିଛି । ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବାପରେ ଏହି ସଫଳତା ମିଳିଥିବା ପ୍ରକାଶ । ସମ୍ପୂର୍ଣ୍ଣା ଯୋଜନାକୁ ଅଧିକ କି୍ରୟାଶୀଳ କରିବାଲାଗି ଏଫଆରୟୁ ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୂତୀଙ୍କପାଇଁ ଥିବା ଓଟି ଏବଂ ଏସଏନସିୟୁରେ ତାଲିମପ୍ରାପ୍ତ ଷ୍ଟାଫନର୍ସ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ନିରାକରଣ ଓ ପୁଷ୍ଟିହୀନତା ଦୂର ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଛି । ସେହିଭଳି ଶିଶୁ ଓ ମାତୃସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଏଫଆରୟୁ ଗୁଡିକୁ ଅଧିକ ସୁଦୃଢ କରିବା କରିବା, ଅତ୍ୟାଧୁନିକ ଆଇସିୟୁ କାର୍ଯ୍ୟକ୍ଷମ କରାଯିବା ଏବଂ ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ତଦାରଖ ଉପରେ ଜୋର ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମଡି ୟାମିନୀ ଷଡଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଆଇଆଇପିଏଚ ଭୁବନେଶ୍ୱରର ନିର୍ଦ୍ଧେଶକ ଡାକ୍ତର ସୁବାସ ସାଲୁେଙ୍କଙ୍କ ସମେତ ବିଭାଗୀୟ ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଧେଶକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
ମାଲକାନାଗିରି କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗୁଳି ରେ ଜଣେ ଡ଼ିଭିଏଫ୍ ସହିଦ ଓ ଜଣେ ଯବାନ ଗୁରୁତର ଆହତ , ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ମୃତ –ଏକେ ୪୭ ବନ୍ଧୁକ ଓ ଗୁଳି ଗୋଳା ଜବତ

About admin

Check Also

ପାଟକୁରା ମେଡ଼ିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ କେବେ? 

ଗୃହ ସଙ୍କଟ, ଡ଼ାକ୍ତର ଅଭାବ ଓ ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଉନ୍ନୀତ …

Leave a Reply

Your email address will not be published. Required fields are marked *