Monday , October 18 2021
Breaking News
Home / ବିଶେଷ / ଭାବନାର ଆର ପାରେ (କବିତା)   –    ସ୍ୱପ୍ନା ପଟ୍ଟନାୟକ

ଭାବନାର ଆର ପାରେ (କବିତା)   –    ସ୍ୱପ୍ନା ପଟ୍ଟନାୟକ

ଡାକେ କିଏ ମତେ

ଚାଲିଆ..

ଦିଗବଳୟ   ମିଶିଛି ଯେଉଁଠି

 ଛୁଇଁବାର ମିଛ

 ପ୍ରତିଶ୍ରୁତି ଦେଇ..

ଅମାନିଆ ନଈର

 ମନ ପରି

ଲଙ୍ଘିଯାଏ ଭୁଲି ସବୁ

ମିଶିବାର ଇଛା ନେଇ..

ପ୍ରୀତିର ବଂଶୀର ସୁର

ଶୁଭେ ମତେ

    ରହି ରହି..

କିନ୍ତୁ ଯାଇ କି ପାରିବି ମୁଁ

ଲକ୍ଷ୍ମଣ ରେଖାର

     ସେ ତିନି ଗାର ଡେଇଁ…

ଆଖିରେ ଭରିଛି ସ୍ୱପ୍ନ

 ମାୟାର କୁହୁକ ମନ୍ତ୍ରରେ

ଆକାଶର ଆଇନାରେ

ଦିଶିଯାଏ

ନିଜ ପ୍ରତିବିମ୍ବ

ଲାଗେ ମତେ ଏବେ

 ନିହାତି ନିଃସଙ୍ଗ..

ମୁକୁଳି ପାରୁନି

ପୁଳାଏ ଅଭିମାନରୁ

ଅଣ ନିଶ୍ୱାସୀ ମୁଁ

ଅଧରାତ୍ରୀରେ ଖୋଜୁଛି

ଆତ୍ମ ବିଶ୍ଵାସ ର କିଛି ଶବ୍ଦ..

-୦-

ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *