ସାଲେପୁର, ୨୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ସାଲେପୁର ପଂଚାୟତ ସମିତି ବୈଠନ ନିୟମିତ ବସୁନଥିବା, ପ୍ରତ୍ୟେକ କାର୍ଯ୍ୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ସମିତିସଭ୍ୟଙ୍କୁ ଅବହେଳା କରିବା, ପଞ୍ଚାୟତ ସମିତି ବୈଠକରେ ରିଜୋଲୁସନ୍ କପି ଲୋକପ୍ରତିନିଧିମାନଙ୍କୁ ପ୍ରଦାନ ନକରିବା, ଓ ଲୋକପ୍ରତିନିଧିଙ୍କୁ ବିଡ଼ିଓଙ୍କ ଦୁର୍ବବ୍ୟବହାର କରିବା ପ୍ରତିବାଦରେ ଆସନ୍ତା ୨୯ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାଲେପୁର ବ୍ଲକ୍ ସମ୍ମୁଖରେ ମୁତାରିଫା ସମିତିସଭ୍ୟ ଗଣଧାରଣାରେ ବସିବେ ବୋଲି ସାଲେପୁର ଆଇ.ଆଇ.ସି.ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପ୍ରକାଶ ଯେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ବିଭିନ୍ନ ସମୟରେ ମୁତାରିଫା ପଂଚାୟତ ସମିତିସଭ୍ୟ ଉଦୟ କେଶରୀ ବର୍ମାଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ,ତାଙ୍କୁ ପଂଚାୟତ ସମିତି ବୈଠକକୁ ନଡାକିବା, ଉନ୍ନୟନ ମୂଳକ କାର୍ଯ୍ୟରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ଆଦି ପ୍ରତିବାଦରେ ଆସନ୍ତା ୨୯ତାରିଖ ଦିନ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣାରେ ବସିବେ ବୋଲି ସେ ଲିଖିତ ଭାବେ ଜଣାଇଛନ୍ତି । ଓଡ଼ିଶା ସମାଚାର