Friday , September 29 2023
Breaking News
Home / କ୍ରୀଡ଼ା / ବିଶିଷ୍ଟ କ୍ରୀଡ଼ାବିତ୍  ଙ୍କ ପରଲୋକ

ବିଶିଷ୍ଟ କ୍ରୀଡ଼ାବିତ୍  ଙ୍କ ପରଲୋକ

 

ସାଲେପୁର, ୨୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ସାଲେପୁର ବ୍ଲକ୍ ପିକୋଳ ଗ୍ରାମପଂଚାୟତ ବଣହରା ଗ୍ରାମର ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ତଥା ସାଲେପୁର ବ୍ଲକ୍ର ବିଶିଷ୍ଟ ଫୁଟବଲ ଖେଳାଳୀ ପ୍ରଫୁଲ୍ଲ ଚନ୍ଦ୍ର ଜେନାଙ୍କ ୭୨ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ସେ ବାୟୁସେନାରେ କାର୍ଯ୍ୟକରି ଅବସର ନେବାପରେ ସମାଜ ସେବା ଓ କ୍ରୀଡ଼ାରେ ନିଜକୁ ନିୟୋଜିତ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଏକମାତ୍ର ପୁତ୍ର ଆଶିଷ ଜେନା ମୁଖାଗ୍ନୀ ଦେଇଥିଲେ । ତାଙ୍କର ଅକାଳ ବିୟୋଗରେ ପ୍ରସନ୍ନ ଜେନା, ପ୍ରେମାନନ୍ଦ ଜେନା, ରାମ ଜେନା, ଅବସରପ୍ରାପ୍ତ କଟକ ଗ୍ରାମାଂଚଳ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ସ୍ୱାଇଁ, ପିକୋଳ ଗ୍ରାମପଂଚାୟତ ସରପଂଚ ରଣଜିତ ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *