ପିପିଲି, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-ନୁଆଦିଲ୍ଲୀର ତାଲକଟୋରା ଇନ୍ଦୋର ଷ୍ଟାଡିୟମରେ ୧୫ଟିଦେଶର ଖେଳାଳିଙ୍କୁ ନେଇ ଅନୁଷ୍ଠିତ ଆନ୍ତର୍ଜାତିକ ଟାଏକୁଣ୍ଡ ପ୍ରତିଯୋଗିତା ଦୁଇଦିନିଆଖେଳ ଶନିବାର ଦିନ ଶେଷ ହୋଇଛି । ଏହି ଖେଳରେ ଗୋଲ୍ଡ ପଦକ ବିଜେତା ପୁରୀଜିଲ୍ଲା ପିପିଲି ବ୍ଲକ ଅଧିନସ୍ଥ ଯଶୁଆପୁର ପଂଚାୟତର ପାରିପୋଟଳି ଗ୍ରାମର ପ୍ରଦୀପକୁମାର ଦାସଙ୍କ ବଡପୂଅ ପ୍ରଣବ ପ୍ରକାଶ ଦାସ ବୟସ(୧୮) ଅଟନ୍ତି । ସେ ଭୁବନେଶ୍ୱରବିଜେବି କଲେଜର +୩ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ଛାତ୍ର । ସେହିପରି ବ୍ରୋଂଜ ପଦକ ବିଜେତା ତେଇଶିପୁର ଗ୍ରାମର ଜିତେନ୍ଦ୍ର ରଥଙ୍କ ପୁଅ ଜନ୍ମଜୟ ରଥ ବୟସ ୧୬ଟାଇମ୍ସ ଗୁରୁକୂଳ ସ୍କୁଲ ବଳଙ୍ଗା ଦଶମ ଶ୍ରେଣୀ ଛାତ୍ର ଅଟନ୍ତି । ଏହି ଖେଳରେ ଏମକେ ଆନ୍ତର୍ଜାତୀୟ ଟାଏକୁଣ୍ଡ ପ୍ରତିଯୋଗିମାନେ୧୩ ସ୍ୱର୍ଣ୍ଣ ସହ ମୋଟ ୩୫ ପଦକ ଜିତିଛନ୍ତିା ସେଥିମଧ୍ୟରୁ ୧୨ରୈାପ୍ୟ ଓ ୧୦ କାଂସ୍ୟ ପଦକ ମଧ୍ୟ ରହିଛି ।ଶେଷଦିନ ଖେଳରେଓଡିଆ ଖେଳାଳିମାନେ ୧୯ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାରୁ ୪୭ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । କୋଚ ନିରଂଜନ ସାହୁ ବାଳିକା ବିଭାଗକୋଚ ଜସ୍ମିନ ପରିଡା ବାଳକ ବିଭାଗ କୋଚ ଏମଆର ଜଗାରାଓ ଏବଂ ମ୍ୟାନଜର ଲଲାଟ କୁମାର ପରିଡା ସମସ୍ତଙ୍କ ଖେଳାଳିଙ୍କ ଦାୟିତ୍ୱରେ ରହିଥିଲେ । ପ୍ରତିଯୋଗିତାରେ ଭାରତ ପକ୍ଷରୁ ୩୩୩ଜଣ ଖେଳାଳି ଅଂଶ ଗ୍ରହଣ କରି ଭାଗ ନେଇଥିଲେ । ଦଳର ପ୍ରଦର୍ଶନ ନେଇ ରାଜ୍ୟ ଟାଏକୁଣ୍ଡ ସଂଘର ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ଓବୈଷୟିକ ନିର୍ଦ୍ଧେଶକ ଜୟକୃଷ୍ଣ ପରିଡା ପ୍ରମୂଖ ଖୁବ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର