ଭୁବନେଶ୍ୱର ,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ହୁତୁ ହୁତୁ ଜଳିଲା ଗୋଟିଏ ବସ୍ । ଓଡ଼ି ୩୩ ୟୁ ୧୩୯୯ ନମ୍ବର ଥିବା ଚକାଡ଼ୋଳା ନାମକ ଏହି ବସ୍ ଟି ହଠାତ ହୁତୁ ହୁତୁ ହୋଇ ଜଳିଲା । ଏହାର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ବ୍ୟାଟରୀ ରୁ ସଟ୍ ସର୍କିଟ କାରଣରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟକୁ ବସ୍ ରେ କେହି ଯାତ୍ରୀ ନଥିଲେ । ତେଣୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ବସ୍ ଟି କଳାହାଣ୍ଡିରୁ ଆସି ବସ ଷ୍ଟାଣ୍ଡ ରେ ଛିଡ଼ା ହୋଇଥିଲା । ବସ୍ ର କଣ୍ଡକ୍ଟର , ଡ଼୍ରାଇଭର ଓ ହେଲପର ଆଦି କର୍ମଚାରୀମାନେ ବସ ଭିତରେ ଶୋଇଥିଲେ । ହଠାତ ବସ୍ ରେ ନିଆଁ ଲାଗିଯିବାରୁ ସେମାନେ ତୁରନ୍ତ ବସ ବାହାରକୁ ବାହାରି ଆସିଥିଲେ । ୨ ଟି ଦମକଳ ଆସି ପହଂଚି ନିଆଁକୁ ଆୟତ କରିଥିଲା । ଓଡ଼ିଶା ସମାଚାର